ଦାୟିତ୍ଵ ନେଲେ ଅମିତ ଶାହା, ରାଜନାଥ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ଅମିତ ଶାହ ଏବଂ ରାଜନାଥ ସିଂହ ଶନିବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଚଳିତ ସରକାରରେ ଅମିତ ଶାହଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରାଜନାଥଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିଛି। ଉଭୟେ ରାଜନାଥ ଏବଂ ଅମିତ ଶାହ ନିଜ କାର୍ଯ୍ୟାଳୟକୁ ଯାଇ ଦାୟିତ୍ଵ ଗ୍ରହଣ କରିଥିଲେ। ଏହି ଅବସରରେ ସେମାନଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସ୍ବାଗତ କରାଯିବା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ପୂର୍ବରୁ ରାଜନାଥ ସ୍ବରାଷ୍ଟ୍ର ମନ୍ତ୍ରୀ ଥିବାବେଳେ ନୂଆ ସରକାରରେ ନୂଆ ଦାୟିତ୍ଵ ନେଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ପୂର୍ବ ସରକାରରେ ମନ୍ତ୍ରୀପଦ ମିଳି ନ ଥିଲା। ଏଥର ରାଜନାଥଙ୍କ ବଦଳରେ ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଆଯାଇଛି।

Comments are closed.