କେବିସିରେ ପରଫେକ୍ଟନିଷ୍ଟ ଅମିର

0

ମୁମ୍ବଇ : ଲୋକପ୍ରିୟ ରିଆଲିଟି ସୋ’ କେବିସି ସବୁସମୟରେ ଦର୍ଶକଙ୍କୁ ଆକର୍ଷିତ କରିଆସିଛି। କେବିସିର ଏହି ଦଶମ ସଂସ୍କରଣରେ ସମାଜ ପାଇଁ ଉଦାହରଣ ସୃଷ୍ଟି କରୁଥିବା ଲୋକମାନେ ଆସିବା ସହ ବହୁ କଳାକାର ମଧ୍ୟ ଆସୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏଥର ଆଶ୍ଚାର୍ଯ୍ୟର କଥା ଏହି କି ଯେ ସୋ’କୁ ବଲିଉଡ ପରଫେକ୍ଟନିଷ୍ଟ ଅମିର ଖାନ୍‍ ଯାଇଛନ୍ତି। କୌଣସି ରିଆଲିଟି ସୋ’କୁ ଯାଉନଥିବା ଅଭିନେତା ଅମିର ଖାନ ନିଜର ଆଗାମୀ ଚଳଚ୍ଚିତ୍ର ‘ଠଗ୍ସ ଅଫ୍‍ ହିନ୍ଦୁସ୍ଥାନ’ର ପ୍ରଚାର ପାଇଁ କେବିସିକୁ ଯାଇଥିବା ଜଣାପଡିଛି। ଏହି ଖବର ଅମିର ଖାନ୍‍ ଟୁଇଟର ମାଧ୍ୟମରେ ଜଣାଇଛନ୍ତି। ଅମିର ନିଜର ଟୁଇଟର ଆକାଉଣ୍ଟରେ କେବିସିର ଉପସ୍ଥାପକ ଅମିତାଭ ବଚ୍ଚନଙ୍କ ସହ ନେଇଥିବା ସେଲଫି ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘କେବିସିରେ ଆଜି ଦିନଟି ବହୁତ ଭଲ ଭାବରେ କଟିଲା। ଖେଳଟିର ବହୁତ ଆନନ୍ଦ ଉଠାଇଥିବା ସହ କିଛି ଭୁଲ ହୋଇଥିଲେ କ୍ଷମା କରିବେ। କାରଣ ମୁଁ ମୋ ଭାବର ରକ୍ଷା କରିପାରିଲି ନାହିଁ’ ବୋଲି ସେ ଲେଖିଛନ୍ତି। ସୋ’ରେ ଅମିର ବିଗ ବିଙ୍କୁ ବହୁ ଅନ୍ତରଙ୍ଗ କଥା ପଚାରିଥିବା ଅନୁମାନ କରାଯାଉଛି। ଯାହା ଫଳରେ ସେ ଟୁଇଟରରେ ବିଗ ବିଙ୍କୁ କ୍ଷମା ପ୍ରାଥନା କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଅମିତାଭ ଓ ଅମିର ଖାନ ‘ଠଗ୍ସ ଅଫ୍‍ ହିନ୍ଦୁସ୍ଥାନ’ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଦପାବଳୀ ଅବସରରେ ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବ।

Leave A Reply