ଗ୍ରେଗେରୀ ଡ଼େଭିଡ୍‍ ରବର୍ଟସଙ୍କ ଉପନ୍ୟାସ ‘ଶାନ୍ତାରାମ’ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବେ ଅମୀର ଖାନ୍‍

ମୁମ୍ବଇ : ବଲିଉଡ଼ର ମିଷ୍ଟର ପରଫେକସନିଷ୍ଟ ଅମୀର ଖାନ୍‍ ବିଖ୍ୟାତ ଲେଖକ ଗ୍ରେଗେରୀ ଡ଼େଭିଡ୍‍ ରବର୍ଟସଙ୍କ ଚର୍ଚ୍ଚିତ ଉପନ୍ୟାସ ଶାନ୍ତାରାମଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ର ‘ଶାନ୍ତାରାମ’ ଭୂମିକାରେ ଅମୀର ଖାନ୍‍ ଅଭିନୟ କରିବେ।
ଖବର ଅନୁସାରେ, ଅମୀର ଖାନ୍‍ ତାଙ୍କ ଅଭିନିତ ଚଳଚ୍ଚିତ୍ର ‘ରଙ୍ଗ୍‍ ଦେ ବାସନ୍ତି’ ସୁଟିଙ୍ଗ ସମୟରେ ଗ୍ରେଗେରୀ ଡ଼େଭିଡ୍‍ ରବର୍ଟସଙ୍କ ଚର୍ଚ୍ଚିତ ଉପନ୍ୟାସ ‘ଶାନ୍ତାରାମ’କୁ ପଢିଥିଲେ। ଏହି ଚଳଚ୍ଚିତ୍ରର ଏକ ଗୀତରେ ମଧ୍ୟ ଅମୀର ଏହି ପୁସ୍ତକକୁ ଧରିଥିବା ଦେଖାଯାଇଛି। ସେବେଠାରୁ ଅମୀର ଏହି ପୁସ୍ତକରେ ଲେଖାଥିବା କାହାଣୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବା କଥା ଚିନ୍ତା କରିଥିଲେ।

Comments are closed.