ଭୟଭୀତ ଅମିର

0

ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଭାବେ ଜଣାଯାଉଥିବା ଅମୀର ଖାନ୍ ନିକଟରେ ନିଜ ଆଗାମୀ ଚଳଚ୍ଚିତ୍ର ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି। ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ବିଗ୍ ବି ଅମିତାଭ ବଚ୍ଚନ, ଅମୀର ଖାନ୍, କ୍ୟାଟ୍ରିନା କେଫ୍ ଅଭିନୟ କରୁଛନ୍ତି। ଅମୀର କହିଛନ୍ତି ପ୍ରଥମ ଦିନ ସୁଟିଂ ସେଟ୍‌ର ଘଟଣା। ବିଗ୍ ବିଙ୍କ ସହ ତାଙ୍କର ପ୍ରଥମ ଦୃଶ୍ୟ ସୁଟିଂ ହେବାର ଥାଏ। ଦକ୍ଷ କଳାକାର ଅମୀର ବିଗ୍‌ ବିଙ୍କୁ ସମ୍ମୁଖରେ ଦେଖି ନିଜ ସଂଳାପ ସବୁ ଭୁଲିଗଲେ। ୪ଥର ଟେକ୍ ପରେ ସୁଟିଂ ଓକେ ହୋଇଥିଲା। ଅମିତାଭ ଭଲଭାବେ ଜାଣିପାରିଥଲେ ଅମୀର ଭୟ କରୁଛନ୍ତି। ବିରତି ସମୟରେ କହିଲେ, ଅମୀର! ମୁଁ ବି ତୁମ ଭଳି ମଣିଷ ଓ କଳାକାର। ଏଣୁ ଡରିବାର କ’ଣ ଅଛି? ଅମୀର କହିଥିଲେ ସାର୍..ଆପଣଙ୍କର ମୁଁ ଜଣେ ବଡ଼ ପ୍ରଶଂସକ। ଏହା ମୋର ଭୟ ଓ ସମ୍ମାନ ଉଭୟ। ତେବେ ନିୟମିତ ସପ୍ତାହେ ଅଭିନୟ ପରେ ଅମୀର ସାଧାରଣ ହୋଇଥିଲେ ବୋଲି କହିଛନ୍ତି।

Leave A Reply