୭ରେ ପ୍ରବଳ ବର୍ଷା: ତାମିଲନାଡ଼ୁ ଓ କେରଳରେ ସତର୍କ ସୂଚନା ଜାରି

0

ଚେନ୍ନଇ : ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡ଼ୁ ଓ କେରଳରେ ଅକ୍ଟୋବର ୭ରୁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆରବ ସାଗରର ଦକ୍ଷିଣ-ପୂର୍ବ ଭାଗରେ ଲଘୁଚାପ ସୃଷ୍ଟି ହେଉଥିବାରୁ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାରେ ସତର୍କସୂଚନା ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ନିମନ୍ତେ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ କୌଣସି ବିପଦଶଙ୍କୁଳ ସ୍ଥାନକୁ ନ ଯିବା ନିମନ୍ତେ ରାଜ୍ୟବାସୀଙ୍କୁ ସତର୍କ କରିଦିଆଯାଇଛି। ସେହିଭଳି ମତ୍ସ୍ୟ ଧରିବା ଲାଗି ସମୁଦ୍ର ଭିତରକୁ ନ ଯିବାକୁ ଧୀବରମାନଙ୍କୁ ପରାମର୍ଶ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply