ନୃତ୍ୟ ପ୍ରଶିକ୍ଷଣ ନେଲେ ଆମି

0

ନିଜ ଆଗାମୀ ଚଳଚ୍ଚିତ୍ର ‘ରୋବଟ୍୨.୦’ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି ଆମି ଜ୍ୟାକସନ୍। ରଜନୀକାନ୍ତଙ୍କ ପରି ସୁପରଷ୍ଟାରଙ୍କ ସହ ଏଥିରେ ତାଙ୍କୁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ୍ ମଣୁଛନ୍ତି ଏହି ବିଦେଶୀ ସୁନ୍ଦରୀ। ମିଳିଥିବା ଖବର ଅନୁସାରେ, ଏଥରକ ୟାମିଙ୍କୁ ହ୍ରିତିକ୍ ରୋଶନ୍‌ଙ୍କ ସହ ‘ସୁପର-୩୦’ର ଏକ ଗୀତରେ ଦେଖିବାକୁ ମିଳିବ। ଅତିଥି କଳାକାର ଭାବେ ଯଦିଓ ଆମିଙ୍କୁ ଏଇ ସୁଯୋଗ ମିଳିଛି, ତେବେ ସେ କିନ୍ତୁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ହ୍ରିତିକ୍‌ଙ୍କ ପରି ଦମଦାର୍‌ ନୃତ୍ୟ କରୁଥିବା କଳାକାରଙ୍କ ସହ ଆମି କାମ କରିବା ଏକ ବଡ଼ ଚ୍ୟାଲେଞ୍ଜ୍। ନିଜ ଅଗାମୀ ଚଳଚ୍ଚିତ୍ରର ପୋଷ୍ଟ ପ୍ରଡକ୍ସନ୍ କାମରେ ଯଦିଓ ସେ ବ୍ୟସ୍ତ ଅଛନ୍ତି, କିନ୍ତୁ ପ୍ରଭୁ ଦେବାଙ୍କଠାରୁ ନୃତ୍ୟ ଶିଖୁଛନ୍ତି ଆମି। ପ୍ରଥମ ଦିନ ସୁଟିଂରେ ହ୍ରିତିକ୍‌ଙ୍କ ନୃତ୍ୟ ଅନ୍ଦାଜ ଦେଖି ଆମି ଚକିତ ହୋଇଯାଇଥିଲେ। ତେ​‌େ​‌ବ ସେ ଖୁବ୍ ପରିଶ୍ରମ କରିବେ ବୋଲି କହିଛନ୍ତି।

Leave A Reply