ମହିଳା ଖୋଲିଲେ କବାଟ ; ସାପ କଲା ସ୍ୱାଗତ

ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ଘରୁ ବାହାରକୁ ଯାଇଥିବା  ଜଣେ ମହିଳା ନିଜ ଘରକୁ କବାଟ ଖୋଲି ପ୍ରବେଶ କରିବା ମାତ୍ରେ ଏକ ସାପ ତାଙ୍କ ମୁଣ୍ଡ ଉପରେ ପଡିଲା।
ଏହି ଘଟଣା ଆମେରିକାର ମିସିସିପିର।
ଉକ୍ତ ମହିଳାଙ୍କ କହିବା ଅନୁଯାୟୀ, ତାଙ୍କୁ ଅନୁଭବ ହେଲା, ଯେପରି ତାଙ୍କ ମୁଣ୍ଡରେ କିଛି ଭିନ୍ନ ପ୍ରକାର ଜିନିଷ ପଡ଼ିଲା। ସେ ତୁରନ୍ତ ତଳକୁ ଚାହିଁଲା ବେଳକୁ ତାଙ୍କ ଗୋଡ଼ ପାଖରେ ଏକ ସାପ ଥିଲା। ସାପଟି ପ୍ରାୟ ୧୦ ଇଞ୍ଚ ଲମ୍ବ ଥିଲା। ଏହାସହ ମହିଳାଙ୍କ ଉପରେ ପଡ଼ିବା ପରେ ତାଙ୍କ ରୋଷେଇ ଘର ଭିତରକୁ ପଳାଇଗଲା। ଏ ବିଷୟରେ ମହିଳା ନିଜ ସ୍ୱାମୀଙ୍କୁ ଫୋନ କରି ଜଣାଇଲେ।
ଏହାପରେ ମହିଳା ସାହସର ସହ ସାପଟିକୁ ଝାଡୁ ଦ୍ୱାରା ବାହାରକୁ ନେଇଥିଲେ। ସେହି ସମୟରେ ସାପଟି ଝାଡ଼ୁକୁ କାମୁଡ଼ିବାକୁ ଚେଷ୍ଟା କରିଥିଲା ବୋଲି ମଧ୍ୟ ମହିଳା କହିଥିଲେ।
ଏହାସହ ରିପୋର୍ଟ ଅନୁଯାୟୀ, ମହିଳା ଜଣଙ୍କ କହିଥିଲେ ତାଙ୍କୁ ସାପ ପସନ୍ଦ। ଏହାସହ ଏହି ସାପଟି ବିଷାକ୍ତ ନଥିଲା। ଆଗକୁ ମହିଳା ଜଣଙ୍କ ସାବଧାନତା ସହ କବାଟ ଖୋଲିବେ ବୋଲି ମଧ୍ୟ କହିଥିଲେ।

 

Comments are closed.