ଆମେରିକାରେ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଆମେରିକାରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଆମେରିକାରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ମୋଟ ୫ଲକ୍ଷ ୮୦ ହଜାର କରୋନା ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ପିଲାମାନେ କରୋନାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଡିସେମ୍ବର ୨୨ରୁ ୨୮ ମଧ୍ୟରେ, ୧୭ ବର୍ଷରୁ କମ୍ ପ୍ରାୟ ୩୭୮ ପିଲା କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଯାହା ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇଛି ।

ପୂର୍ବ ସପ୍ତାହ ତୁଳନାରେ ୬୬% ବୃଦ୍ଧି ପାଇଛି ବୋଲି ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ରିପୋର୍ଟ କରିଛି। ଓମିକ୍ରନକୁ ନେଇ ମଧ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ ।

Comments are closed.