କରୋନାରେ ଆକ୍ରାନ୍ତ ଆମେରିକୀୟ ଗାୟକ ଜୋ ଡିଫିଙ୍କ ମୃତ୍ୟୁ

ୱାଶିଂଟନ: ଆମେରିକାରେ କରୋନା ଅଣାୟତ୍ତ ହୋଇପଡ଼ିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୪୨ ହଜାରରୁ ଅଧିକ ଲୋକ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହା ସହିତ ୨୪୮୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ମଧ୍ୟରେ ରବିବାର ଦେଶର ବିଶିଷ୍ଟ ଗାୟକ ଜୋ ଡିଫି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଜୋଙ୍କ ମୃତ୍ୟୁ ଦେଶର ସଙ୍ଗୀତ ମହଲରେ ଶୋକର ଛାୟା ଖେଳାଇଦେଇଛି। ଗ୍ରାମୀ ପୁରସ୍କାର ବିଜେତା ଜୋ କରୋନାରେ ଆକ୍ରାନ୍ତ ଥିବା ନେଇ ଗତ ଶୁକ୍ରବାର ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଥିଲେ।

Comments are closed.