କରୋନାରେ ଆମେରିକୀୟ ଗାୟକ ଅଦାମଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରଖ୍ୟାତ ଆମେରିକୀୟ ଗାୟକ ତଥା ଗ୍ରାମୀ ପୁରସ୍କାର ବିଜେତା ଆଦାମ ସ୍କଲେସିଙ୍ଗର କରୋନାରେ ପ୍ରାଣ ହରାଇଛନ୍ତି। ରକ୍‌ ବ୍ୟାଣ୍ଡ ମ୍ୟୁଜିକ ଗ୍ରୁପ ଫାଉଣ୍ଟେନ୍ସ ଅଫ ୱେନ, ଟିଣ୍ଟେଡ୍‌ ୱିଣ୍ଡୋଜ ଏବଂ ଫିବର ହାଇ ସହ ସେ ଜଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ଅଭିନେତା ଟମ୍‌ ହ୍ୟାଙ୍କ୍‌ସ ଆଦାମଙ୍କ ମୃତ୍ୟୁ ସମ୍ପର୍କରେ ଟ୍ବିଟରରେ ସୂଚନା ଦେଇଛନ୍ତି। ଟମ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ଥିଲେ। ଆଦାମଙ୍କ ମୃତ୍ୟୁକୁ ନେଇ ଆମରିକୀୟ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ଅଦାମ ଜଣେ ଗାୟକ ସହିତ ସଙ୍ଗୀତକାର ମଧ୍ୟ ଥିଲେ।

Comments are closed.