ଫୋନ୍‌ ଧରୁନାହାନ୍ତି ରାଷ୍ଟ୍ରପତି ବାଇଡେନ୍‌ ; ଇମ୍ରାନ ଚିନ୍ତିତ

ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ​ଜୋ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଶିଖର ବୈଠକର ଆୟୋଜନ କରୁଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଫୋନ୍‌ ଧରୁ ନାହାନ୍ତି। ହ୍ବାଇଟ୍‌ ହାଉସ୍‌କୁ ପ୍ରବେଶ କରିବା ଇତିମଧ୍ୟରେ ପ୍ରାୟ ୬ ମାସ ବିତିଲାଣି; କିନ୍ତୁ ବାଇଡେନ୍‌ଙ୍କ ସହ ସେ କଥା ହୋଇପାରୁ ନାହାନ୍ତି। ବାଇଡେନ୍‌ ତାଙ୍କ ଫୋନ୍‌ କଲ୍‌କୁ କାଟି ଦେଉଥିବାବେଳେ ଫୋନ୍‌ କରୁ ନାହାନ୍ତି। ଏଥିନେଇ ଇମ୍ରାନ ବଡ଼ ଚିନ୍ତାରେ ଅଛନ୍ତି। କେବେ ତାଙ୍କୁ ବାଇଡେନ୍‌ ଫୋନ୍‌ କରିବେ ବା ତାଙ୍କ ଫୋନ୍‌ ଧରିବେ ତାହାକୁ ସେ ଅପେକ୍ଷା କରିଛନ୍ତି। ପୂର୍ବରୁ ଭାରତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଇମ୍ରାନଙ୍କ ଫୋନ୍‌ ଧରି ନ ଥିଲେ। ଏ ସବୁ ଘଟଣା ନେଇ ଇମ୍ରାନ ନିଜକୁ ଲଜ୍ଜିତ ଅନୁଭବ କରୁଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି।

Image Courtesy: Amar ujala

ବିରୋଧୀ ଦଳ ନେତା ବିଲାୱାଲ ଭୁଟ୍ଟୋ ଜର୍ଦାରୀ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀଙ୍କୁ ଏହି ଲଜ୍ଜା ନିବାରଣ ପାଇଁ ହ୍ବାଇଟ୍‌ ହାଉସ୍‌କୁ ଫୋନ୍‌ କରିବାକୁ ଏବେ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏହା ପାକିସ୍ତାନ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବୋଲି ବିଳାୱାଲ ଦର୍ଶାଇଛନ୍ତି। ସୂଚନାନୁଯାୟୀ, ପାକିସ୍ତାନ ଆମେରିକାକୁ ବାୟୁସେନା ଘାଟି ପାଇଁ ସ୍ଥାନ ନ ଦେବା, ତୁର୍କୀ ସହିତ ମିଶି ବାଳୁତ ସୈନ୍ୟବାହିନୀ ଗଢ଼ିବା, ଆମେରିକାକୁ ପାକିସ୍ତାନ ସେନାଧ୍ୟକ୍ଷଙ୍କ ସମାଲୋଚନା ଆଦି ଭଳି କେତେକ ସାମରିକ ଓ ରାଜନୈତିକ କାରଣ ନେଇ ବାଇଡେନ୍‌ ଇମ୍ରାନଙ୍କ ଉପରେ କ୍ଷୁବ୍ଧ ଅଛନ୍ତି।

Comments are closed.