ଆମେରିକୀୟ କମ୍ପାନୀ ସେଲ୍ସଫୋର୍ସ ଦେବ ୫.୪୮ ଲକ୍ଷ ଭାରତୀୟ ଆଇଟି ବୃତ୍ତିଧାରୀଙ୍କୁ ନିଯୁକ୍ତି

କରୋନା ସମୟ ଏବଂ ଲକଡାଉନ୍ ଯୋଗୁଁ ଯେଉଁଠାରେ ସାରା ଦେଶରେ କୋଟି କୋଟି ଲୋକ ବେକାର ହୋଇଛନ୍ତି । ଅଧିକାଂଶ ଲୋକ କାମ ହରାଇଛନ୍ତି । ଏପରି ସ୍ଥିତିରେ ଆଇଟି କ୍ଷେତ୍ରରେ ବୃତ୍ତିଧାରୀଙ୍କ ପାଇଁ ଆସୁଛି ପ୍ରଚୁର ନିଯୁକ୍ତି ସୁଯୋଗ । ଏକ ଆମେରିକୀୟ ଆଇଟି କମ୍ପାନୀ ଭାରତରେ ୫.୪୮ ଲକ୍ଷ ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛି । ଏହି କମ୍ପାନୀ ହେଉଛି ସେଲ୍ସଫୋର୍ସ । ଯଦି ଏହା ବାସ୍ତବିକତାର ରୂପ ନିଏ ତେବେ ଭାରତୀୟ ଅର୍ଥନୀତି ଲାଗି ବଡ଼ ଉପଯୋଗୀ ସାବ୍ୟସ୍ତ ହେବ।

ଆମେରିକୀୟ ଆଇଟି କମ୍ପାନୀ ସେଲ୍ସଫୋର୍ସ  ଆଗାମୀ ଦିନରେ ଭାରତରେ ୫.୪୮ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଜିଡିପି ଦୃଷ୍ଟିରୁ ଭାରତର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବାର ସାମର୍ଥ୍ୟ ରହିଛି ବୋଲି କମ୍ପାନୀ ଦାବି କରିଛି। ସେଲ୍ସଫୋର୍ସର ମୁଖ୍ୟ ଡାଟା ଅଫିସର ଏକ ସମ୍ମିଳନୀରେ କହିଛନ୍ତି ଯେ କମ୍ପାନୀ ଭାରତରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୧.୩ ନିୟୁତ ଚାକିରି ଯୋଗାଇବ।  ଏହା ମଧ୍ୟରୁ ପ୍ରତ୍ୟକ୍ଷ ଭାବରେ ୫,୪୮,୦୦୦ ଭାରତୀୟ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ସେ କହିଛନ୍ତି ।    ଭାରତରେ ପ୍ରତି ୩ ସେକେଣ୍ଡରେ ଜଣେ ନୂତନ ବ୍ୟକ୍ତି ଇଣ୍ଟରନେଟ୍ ସହିତ ଯୋଡ଼ି ହେଉଛନ୍ତି । ଏହାର  ଅର୍ଥ ହେଉଛି ଆଗାମୀ ୫ ବର୍ଷରେ ଆଜି ଇଣ୍ଟରନେଟ୍ ସହିତ ସଂଯୋଗ କରୁଥିବା ଲୋକଙ୍କ ସଂଖ୍ୟା ୬୦୦ ମିଲିୟନରୁ ଏକ ବିଲିୟନରୁ ଅଧିକ ହେବ । ଜିଡିପି ଦୃଷ୍ଟିରୁ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ହେବ ବୋଲି ସେଲ୍ସଫୋର୍ସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ସେଲ୍ସଫୋର୍ସ ୨୪୦ ବିଲିୟନ ଡଲାର ବିଶିଷ୍ଟ ଏକ କମ୍ପାନୀ ଏବଂ ଏହାର ଶାଖା ବିଶ୍ଵର ବିଭିନ୍ନ ଦେଶରେ ରହିଛି ।

Comments are closed.