ଚୀନଠାରୁ କ୍ଷତିପୂରଣ ଆଦାୟ କରିବାକୁ ଟ୍ରମ୍ପଙ୍କ ନିକଟରେ ଦାବି

ୱାଶିଂଟନ: କରୋନା ଭୂତାଣୁ ଯୋଗୁ ଆମେରିକା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଏହି ଭୂତାଣୁକୁ ଚୀନର ଉହାନସ୍ଥିତ ଏକ ପରୀକ୍ଷାଗାରରେ ବିକଶିତ କରାଯାଇଛି ବୋଲି ଜଣେ ଆମେରିକୀୟ-ଭାରତୀୟ ଅଭିଯୋଗ କରିବା ସହିତ ଚୀନଠାରୁ କ୍ଷତିପୂରଣ ମାଗିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ସେ ଦାବି କରିଛନ୍ତି। ଏହି ଭୂତାଣୁ ଯୋଗୁ ହଜାର ହଜାର ଲୋକଙ୍କ ମୃତ୍ୟୁ ସାଙ୍ଗକୁ ଆମେରିକାର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଛି। ତେଣୁ ଚୀନଠାରୁ କ୍ଷତିପୂରଣ ଆଦାୟ କରାଯାଉ ବୋଲି ଭାରତୀୟ-ଆମେରିକୀୟ ଆଟର୍ନୀ ରବି ବାତ୍ରା ଟ୍ରମ୍ପଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି।

ରବି ବାତ୍ରା ଚିଠିରେ ଲେଖିଛନ୍ତି, ଚୀନର ଅବହେଳା ଯୋଗୁ ଏହି ଭୂତାଣୁ ସାରା ବିଶ୍ବକୁ ବ୍ୟାପିଗଲା। ତେଣୁ ଆଇନ ଅନୁସାରେ ଚୀନ ଏଥିପାଇଁ ଦୋଷୀ। ତେଣୁ ଚୀନ କରୋନାରେ ଆକ୍ରାନ୍ତ ପ୍ରତି ବ୍ୟକ୍ତିଙ୍କ ପାଇଁ ୧ ନିୟୁତ ଆମେରିକୀୟ ଡଲାର, ମୃତକଙ୍କ ପାଇଁ ୫ ନିୟୁତ ଡଲାର ଏବଂ ଲକଡାଉନରେ ଘରେ ବନ୍ଦୀ ଥିବା ଲୋକଙ୍କ ପିଛା ୧ ଲକ୍ଷ ଡଲାର କ୍ଷତିପୂରଣ ଦେବା ଉଚିତ।

Comments are closed.