୫ଲକ୍ଷ କୋଟି ଡଲାର ଅର୍ଥନୀତିରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ

ୱାଶିଂଟନ : ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁ କହିଛନ୍ତି, ୨୦୨୪ ସୁଦ୍ଧା ଭାରତକୁ ୫ଲକ୍ଷ କୋଟି ଡଲାର ସମ୍ବଳିତ
ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟକୁ ସାକାର କରିବାରେ ଆମେରିକା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଓ ବ୍ୟବସାୟୀକ ସହଭାଗୀ ହେବ।
ୱାଶିଂଟନରେ ଭାରତ-ଆମେରିକା ଭାଗିଦାରୀ ସମ୍ପର୍କ ଫୋରମ ଦ୍ୱାରା ତାଙ୍କ ସମାନାର୍ଥେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆମେରିକୀୟ ଉଦ୍ୟୋଗପତିମାନଙ୍କୁ ଉଦ୍‍ବୋଧନ ଦେଇ ସେ ଏହା କହିଛନ୍ତି।

ଭାରତ ଓ ଆମେରିକା ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ୨୦୨୪ ସୁଦ୍ଧା ଭାରତକୁ ୫ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଓ ୨୦୩୦ ସୁଦ୍ଧା ୧୦ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି।

Comments are closed.