ରେଡାରରୁ ଗାଏବ ବିମାନର ଭଗ୍ନାବଶେଷ ଠାବ, ୧୪ ମୃତ

ୱାଶିଂଟନ : ଆମେରିକାର ଲାସ ଭେଗାସରୁ ମକ୍ସିକୋ ଯାଉଥିବା ସମୟରେ ଅଚାନକ ରେଡାରରୁ ଗାଏବ ହୋଇଯାଇଥିବା ଏକ ଘରୋଇ ବିମାନର ଭଗ୍ନାବଶେଷ ମିଳିଛି। ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଏହି ବିମାନରେ ଚାଳକ ଦଳର ୩ ଜଣ ସଦସ୍ୟ ଓ ୧୧ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ ସୋମବାର ଦିନ ଘରୋଇ ବିମାନଟି ଲାସ ଭେଗାସରୁ ଉତ୍ତର ମେକ୍ସିକୋ ସହର ମୋଣ୍ଟେରେ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ବିମାନ ସହ ଏୟାର ଟ୍ରାଫିକ୍‍ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ହଠାତ୍‍ ବିମାନଟି ରେଡାରରୁ ଗାଏବ ହୋଇଯାଇଥିଲା। ଏହାପରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଦଳ ବିମାନର ଭଗ୍ନାବଶେଷ ଠାବ କରିଛନ୍ତି। ବିମାନର ଚାଳକ ଓ ଯାତ୍ରୀଙ୍କ ମୃତ୍ୟୁ ଘଟିଥିମା ସନ୍ଦେହ କରାଯାଉଛି ।

Comments are closed.