ହ୍ୱାଇଟ ହାଉସ ଫେରିଲେ ଟ୍ରମ୍ପ

ୱାଶିଂଟନ : କରୋନାରେ ଆକ୍ରାନ୍ତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡ଼୍ରୋନାଲ୍ଡ ଟ୍ରମ୍ପ ଆର୍ମି ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏବେ ସୁସ୍ଥ ହୋଇ ହ୍ୱାଇଟ ହାଉସ ଫେରିଛନ୍ତି। ୪ ଦିନର ଜରୁରୀ ସେବା ପରେ ଟ୍ରମ୍ପ ଫେରିବା ସହ ଗଣମାଧ୍ୟମକୁ ସମ୍ବୋଧନ କରିଥିବା ଜଣାପଡ଼ିଛି। ସେହି ସମୟରେ ଟ୍ରମ୍ପ ମୁହଁରୁ ମାସ୍କ ଖୋଲିବା ସହ କରୋନାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ। ହ୍ୱାଇଟ ହାଉସ ଫେରିବା ପରେ ଟ୍ରମ୍ପ ଏକ ଭିଡ଼ିଓ ସେୟାର କରି ସେ ସୁସ୍ଥ ହେବା ସହ ଖୁବ ଶ୍ରୀଘ ନିର୍ବାଚନ ପାଇଁ କ୍ୟାମ୍ପେନରେ ଯୋଗ ଦେବେ ବୋଲି କହିଛନ୍ତି। ଆସନ୍ତା ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ରହିଛି।

Comments are closed.