ଆମେରିକାରେ ଅଗ୍ନିକାଣ୍ଡ; ୩ ଭାରତୀୟଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ : ଖ୍ରୀଷ୍ଟମାସ ଅବ୍ୟବହିତ ପୂର୍ବରୁ ଆମେରିକାରେ ଏକ ଅଗ୍ନିକାଣ୍ଡ ଘଟି ୩ ଭାରତୀୟ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ତେଲେଙ୍ଗାନାର ମୂଳନିବାସୀ ୨ ଭଉଣୀ ଆରୋନ ନାଏକ (୧୭) ଓ ଶାରୋନ (୧୪) ଏବଂ ଭାଇ ଜୟ (୧୫)। ଏମାନେ ଆମେରିକାରେ ଛୁଟି କାଟିବାକୁ ଯାଇ ତେନେସି ଅନ୍ତର୍ଗତ ମେମ୍ଫିସଠାରେ କାରି କୌଦ୍ରିଏତ (୪୬)ଙ୍କ ଘରେ ରହୁଥିଲେ। ଖ୍ରୀଷ୍ଟମାସର ଦୁଇ ଦିନ ପୂର୍ବରୁ ସେମାନେ ରହୁଥିବା ବାସଭବନରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ କାରି ମଧ୍ୟ ପ୍ରାଣ ହରାଇଛନ୍ତି। କାରିଙ୍କ ସ୍ବାମୀ ଡାନିଏଲ ଏବଂ ସାନ ପୁଅ କୋଲ ଅଗ୍ନିକାଣ୍ଡରୁ ବର୍ତ୍ତି ଜୀବନ ରକ୍ଷା କରିପାରିଛନ୍ତି।

Leave A Reply