ଆମେରିକାକୁ କ୍ଷେପଣାସ୍ତ୍ର ଭୟ ଦେଖାଇଲା ଚୀନ

ବେଜିଂ : ଆମେରିକାକୁ କ୍ଷେପଣାସ୍ତ୍ରର ଭୟ ଦେଖାଇଛି ଚୀନ। ଦକ୍ଷିଣ ଚୀନ ସାଗରରେ ଚୀନ ଏହାର ଡିଏଫ-୨୧ଡି ଏବଂ ଡିଏଫ-୨୬ବି କ୍ଷେପଣାସ୍ତ୍ରକୁ ପ୍ରୟୋଗ କରିଛି। ଏହି କ୍ଷେପଣାସ୍ତ୍ରକୁ ପ୍ରୟୋଗ କରି ଆମେରିକାକୁ ପରୋକ୍ଷ ଚେତାବନୀ ଦେଇଛି ଚୀନ। ଚୀନ କହିଛି ଯେ ଦକ୍ଷିଣ ଚୀନ ସାଗରରେ ଆମେରିକାର କୌଣସି ଶକ୍ତିକୁ ଏହା ଧ୍ୱଂସ କରିବାକୁ ସକ୍ଷମ। ଆମେରିକା ଯଦି ଦକ୍ଷିଣ ଚୀନ ସାଗରରେ ଯୁଦ୍ଧ ଜାହାଜ ମୁତୟନ କରେ ତେବେ ଆମେ ଏଠାକୁ କ୍ଷେପଣାସ୍ତ୍ର ପଠାଇବୁ। ଆଗାମୀ ଦିନରେ ସାମରିକ ସଂଘର୍ଷ ପାଇଁ ଆମେରିକାକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚୀନ କହିଛି। ଦିନକ ତଳେ ଆମେରିକାର ଯୁଦ୍ଧବିମାନ ଚୀନ ବାୟୁସୀମା ଲଙ୍ଘନ କରିଥିଲା। ଏହାକୁ ନେଇ ଦୁଇଦେଶ ମଧ୍ୟରେ ସାମରିକ ଉତ୍ତେଜନା ପ୍ରକାଶ ପାଇଥିଲା। ଚୀନର ପିପୁଲ ଲିବରେସନ ଆର୍ମି (ପିଏଲଏ) ଦକ୍ଷିଣ ଚୀନ ସାଗରର ହଇନାନ ଦ୍ୱୀପରେ ସମରାଭ୍ୟାସ କରୁଥିବା ସମୟରେ ଆମେରିକା ଯୁଦ୍ଧବିମାନ ଏହା ନିକଟକୁ ଯାଇଥିଲା।

Comments are closed.