ଆମେରିକାର କରୋନା ମୁକାବିଲା ଟାସ୍କଫୋର୍ସରେ ଭାରତୀୟ ବଂଶୋଦ୍ଭବ ସୀମା

ୱାଶିଂଟନ୍ : ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭୂତାଣୁ ସଂକ୍ରମଣରେ ଛ’ ଜଣଙ୍କ ମୃତ୍ୟୁ ସହ ୯୦ରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସର ପ୍ରମୁଖ ସଦସ୍ୟ ଭାବେ ଭାରତୀୟ ବଂଶୋଦ୍ଭବ ସୀମା ବର୍ମା ନିଯୁକ୍ତ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ (ସେକ୍ରେଟାରୀ ଅଫ ହେଲ୍ଥ) ଆଲେକ୍ସ ଆଜାର ଏହି ଟାସ୍କଫୋର୍ସର ମୁଖ୍ୟ ଅଛନ୍ତି। ଟ୍ରମ୍ପ ଜାନୁଆରୀ ୩୦ରୁ ଏହି ଟାସ୍କଫୋର୍ସ ଗଠନ ଗରିଥିଲେ ମଧ୍ୟ ସୋମବାର ସୀମାଙ୍କୁ ଏଥିରେ ସାମିଲ କରିଛନ୍ତି ଓ ପ୍ରମୁଖ ଦାୟିତ୍ବ ଅର୍ପଣ କରିଥିବା କହିଛନ୍ତି ଉପ-ରାଷ୍ଟ୍ରପତି ମାଇକ ପେନ୍ସ। ସୀମା ସମ୍ପ୍ରତି ଆମେରିକାର ସେଣ୍ଟର ଫ ମେଡିକେୟାର ଆଣ୍ଡ ମେଡିକାଲ ସର୍ଭିସେସ୍ର ପ୍ରଶାସକ ଅଛନ୍ତି।