ଶରଣାର୍ଥୀମାନଙ୍କୁ ରୋକିବା ପାଇଁ  ସୀମାକୁ ୫,୨୦୦ ସୈନ୍ୟ ପଠାଇଲା ଆମେରିକା

0

ଓ୍ୱାଂଶିଟନ . – ମଧ୍ୟବର୍ତ୍ତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଆମେରିକାର ରକ୍ଷାମନ୍ତ୍ରାଳୟ ପେଣ୍ଟାଗନ ଦେଶରେ  ପ୍ରବେଶ କରିବାକୁ ଥିବା ଶରଣାର୍ଥୀମାନଙ୍କୁ ରୋକିବା ପାଇଁ  ଦକ୍ଷିଣ ପଶ୍ଚିମ ସୀମାକୁ ୫,୨୦୦ ସୈନ୍ୟ  ପଠାଇଛି ।  ସିରିଆରେ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀଙ୍କ ସାମ୍ନା କରୁଥିବା ସୈନ୍ୟମାନଙ୍କ ସଂଖ୍ୟାଠାରୁ ଏହା ଦୁଇଗୁଣ ।

ମତଦାତାଙ୍କୁ ଶରଣାର୍ଥୀଙ୍କ ମାମଲାରେ ପ୍ରଲୋଭିତ କରିବା ପାଇଁ ଟ୍ରମ୍ପ ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଥିବା ଆମେରିକାର ବିରୋଧଦଳମାନେ ମତ ପ୍ରକାଶ କରିଛନ୍ତି । ଟ୍ରମ୍ପ ଏକ ଟ୍ୱିଟରେ ଏହା ଆମର ଦେଶ ଓ ଆମର ସେନା ତୁମମାନଙ୍କର ଅପେକ୍ଷା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ପୂର୍ବରୁ ଆମେରିକାର ସୀମାରେ ଥିବା ଟେକ୍ସାସ ସହରରେ ୮୦୦ ଜଣ ସୈନ୍ୟ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିଲେ । ଏବେ ଏହାର ସଂଖ୍ୟା ବୃଦ୍ଧି ପାଇ ୫,୨୦୦ରେ ପହଞ୍ଚିଛି । ସୈନିକମାନେ ଏରିଜୋନା ଓ କାଲିଫର୍ଣ୍ଣିଆ ପରେ ଟେକ୍ସାରେ ଧ୍ୟାନ କେନ୍ଦ୍ରିତ କରିବେ ।

Leave A Reply