ଆମେରିକାର ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ତ୍ରୁଟି ଯୋଗୁଁ ସ୍ୱଂୟକ୍ରିୟ ଭାବେ ଏହାକୁ ଧ୍ୱଂସ କରାଗଲା

0

ନ୍ୟୁୟର୍କ:  ଆମେରିକାରେ ମିନିଟ୍‌ମ୍ୟାନ-ଥ୍ରୀ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ତ୍ରୁଟି ଦେଖା ଦେବାରୁ ଏହାକୁ ଅଧାରୁ ନଷ୍ଟ କରିଦିଆଯାଇଛି । ଆମରିକାର ବାୟୁସେନା ଏହାକୁ ସ୍ୱୀକାର କରିଛି । ମିନିଟ୍‌ମ୍ୟାନ-ଥ୍ରୀ ଏକ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର । ଏହା ଆମେରିକାରୁ ଅନ୍ୟ କୌଣସି ଦେଶକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି । ଏହି କ୍ଷେପଣାସ୍ତ୍ର ପରମାଣୁ ବୋମା ବହନ କରିପାରିବ । ଆମେରିକାର କାଲିଫର୍ଣ୍ଣିଆରେ ଥିବା ଭାଦେନବର୍ଗ ବାୟୁସେନା କେନ୍ଦ୍ରରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିଲା ।

ପରୀକ୍ଷଣର କିଛି ସମୟ ପରେ ଏଥିରେ ତ୍ରୁଟି ଦେଖାଦେଇଥିଲା । ଏହାପରେ କ୍ଷେପଣାସ୍ତ୍ରକୁ ସ୍ୱୟଂକ୍ରିୟ ଭାବେ ନିଜକୁ ନଷ୍ଟ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । କ୍ଷେପଣାସ୍ତ୍ରଟି ନିର୍ଦେଶ ପାଇବାର କିଛି ସମୟପରେ ନଷ୍ଟ ହୋଇଯାଇଥିଲା । ତେବେ କେଉଁ କାରଣରୁ କ୍ଷେପଣାସ୍ତ୍ରରେ ତ୍ରୁଟି ଦେଖାଗଲା ସେ ବିଷୟରେ ତର୍ଜମା କରାଯିବ ବୋଲି ଆମେରାକିର ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply