ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ବଡ଼ ପ୍ୟାକେଜ୍‍ ଘୋଷଣା କରିବେ ଟ୍ରମ୍ପ

0

ୱାଶିଂଟନ୍‍: ଭାରତ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆମେରିକା ଏକ ବଡ଼ ପ୍ୟାକେଜ୍‍ ଘୋଷଣା କରିପାରେ। ମୁଖ୍ୟତଃ ଭିତ୍ତିଭୂମି ବିକାଶ ଓ ଶକ୍ତି କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ହେବାକୁ ଯାଉଥିବା ସୂଚନା ମିଳିଛି। ଆମେରିକାର ଏହି ନୀତି ଯୋଗୁଁ ଭାରତ ସର୍ବାଧିକ ଲାଭବାନ ହେବ ବୋଲି କୁହାଯାଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କ୍ୟାବିନେଟ୍‍ର ପ୍ରମୁଖ ସଦସ୍ୟ ପରରାଷ୍ଟ୍ର ସଚିବ ମାଇକ ପମ୍ପେଓ, ବାଣିଜ୍ୟ ସଚିବ ୱିଲ୍‍ବର ରୋଜ୍‍, ଶକ୍ତି ସଚିବ ରିକ୍‍ ପେରୀଙ୍କୁ ଏଥିପାଇଁ ସ୍ପଷ୍ଟ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଆନ୍ତର୍ଜାତୀୟ ବାଣିଜ୍ୟରେ ଶୁଳ୍କ ବୃଦ୍ଧି ପରେ ଆମେରିକା ସହିତ ଭାରତର ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ଉକ୍ତ ନୀତିକୁ କୋହଳ ଓ ଉଦାରୀକରଣ ଆଭିମୁଖ୍ୟ ବୋଲି କୁହାଯାଉଛି। ଅପରପକ୍ଷରେ ଏସିୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚୀନ୍‍ର ପ୍ରଭାବ ହ୍ରାସ କରିବା ପାଇଁ ଆମେରିକାର ଏହା ଏକ କୂଟନୈତିକ ଚାଲ୍‍ ବୋଲି କୂଟନୈତିକ ମାନେ କହିଛନ୍ତି।

Leave A Reply