ଘାଟିରେ ପଛକୁ ଗଡିଲା ଆମ୍ବୁଲାନ୍ସ – ସ୍ଥାନୀୟ ଲୋକଙ୍କ ସହାୟତାରେ ବଡ ବିପତ୍ତିରୁ ବର୍ତ୍ତିଲା

କଲ୍ୟାଣସିଂହପୁର – ପଛକୁ ଗଡିଲା ଆମ୍ବୁଲାନ୍ସ । ସ୍ଥାନୀୟ ଲୋକଙ୍କ ଯୋଗୁଁ ବଡ ବିପଦରୁ ରକ୍ଷା ମିଳିଲା । ଏହି ଘଟଣା ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଘଟିଛି । ରାସ୍ତାର ଦୂରାବସ୍ଥା, ବିଭିନ୍ନ ସମସ୍ୟା ପାଇଁ ଏହି ଅଞ୍ଚଳ ଚର୍ଚ୍ଚାରେ ରହି ଆସିଛି । ରାସ୍ତା ନଥିଲେ ଭାରରେ ବୁହା ହୁଅନ୍ତି ରୋଗୀ , କେବେ କେବେ ଆମ୍ବୁଲାନ୍ସ କର୍ମଚାରୀ ରୋଗୀକୁ ବୋହିଆଣିବା ଘଟଣା ବି ଦେଖିବା ପାଇଁ ମିଳେ । ଏବେ ଆମ୍ୱୁଲାନ୍ସ ଘାଟୀ ରାସ୍ତାରେ ଆମ୍ବୁଲାନ୍ସ ପଛକୁ ଗଡିବା ଚର୍ଚ୍ଚାରେ । ଘାଟି ଉପରକୁ ନ ଉଠିବା ଖରାପ ରାସ୍ତାରେ ଆମ୍ବାଲାନ୍ସ ପଛକୁ ଗଡିଥିଲା ।ପରେ ସେଠାରେ ଥିବା ତିନି ଖଣ୍ଡ ଗ୍ରାମର ଡଙ୍ଗରିଆଙ୍କ ଦ୍ଵାରା ଠେଲି ଠେଲି ଉଠାଣୀ ଉପରକୁ ଉଠାଯାଇଥିଲା ।

ସୂଚନା ଅନୁଯାୟୀ ସୁନାଖଣ୍ଡି ପଞ୍ଚାୟତର ଦୂର୍ଗମ ପାହାଡିଆ କଡ୍ର।କାବଣ୍ଡେଲି ଗ୍ରାମର ପଳାଇ କୁଲେସିକା ଗର୍ଭ ଯନ୍ତ୍ରଣା ଛଟପଟ ହୋଇଥିଲେ ।ପରିବାର ଲୋକ୧୦୮ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ କଡ୍ର।କାବଣ୍ଡେଲି ପହଁଚିବା ବେଳକୁ ଘରେ ଶିଶୁ କନ୍ୟା ସନ୍ତାନ ଜନ୍ମ ହୋଇ ଯାଇଥିଲା । ପରେ ଉକ୍ତ ପ୍ରସୂତୀ ମହିଳା ଏବଂ ନବଜାତ ଶିଶୁଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ କଲ୍ୟାଣସିଂହପୁର ନିଆଯାଇଥିଲା । ମାତ୍ର । ନିର୍ମାଣ ଧୀନ ରାସ୍ତାର କାର୍ଯ୍ୟ ଅତି ନିମ୍ନ ମାନର । ବିଭିନ୍ନ ସ୍ଥାନରେ ରାସ୍ତାର ଅବସ୍ଥା ଶୋଚନୀୟ । ମେଟାଲ ବାହାରି ଉପରକୁ ବିପଦଜନ୍ନକ ଭାବେ ଉଠି ରହିଛି ।

ଅନେକ ସ୍ଥାନରେ ଆମ୍ବୁଲାନ୍ସ ଅଟକି ଅଟକି ଚାଲିଥିଲା। ଟାମକସିଲା ଗ୍ରାମ ନିକଟରେ ବଡ଼ ଘାଟି ଉଠାଣୀ ଓ ମେଟାଲଗୁଡ଼ାକ ବାହାରି ପଡ଼ିଥିବାରୁ ଆମ୍ବୁଲାନ୍ସ ଉପରକୁ ଉଠି ପାରିନଥିଲା । ଆମ୍ବୁଲାନ୍ସ ଘାଟିରୁ ତଳକୁ ଗଡୁ ଥିବା ଦେଖି ପାରମାଳି, ଟାମକସିଲା ଓ କାଡ୍ର।କା ବଣ୍ଡେଲି ଗ୍ରାମର ଯୁବକ ମାନେ ଆମ୍ବୁଲାନ୍ସ ପଛପଟୁ ଚକାରେ ବଡ଼ ପଥର ଦେଇ ଏହାକୁ ଅଟକାଇଥିଲେ । ଏହା କୌଣସି ମତେ ରୋକି ହୋଇଯିବାପରେ ଠେଲି ଠେଲି ଘାଟି ରାସ୍ତା ପାର କରାଇଥିଲେ । ପରେ ନବଜାତ ଏବଂ ପ୍ରସୂତୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Comments are closed.