କରୋନାରେ ଆକ୍ରାନ୍ତ ଆମ୍ବୁଲାନ୍ସ ଚାଳକଙ୍କ ମୃତ୍ୟୁ

ବେଗୁନିଆ : ବେଗୁନିଆ ବ୍ଲକ ସିକୋ ଗ୍ରାମର ଜଣେ କରୋନା ଆକ୍ରାନ୍ତ ଭୁବନେଶ୍ୱରସ୍ଥିତ ଏମସ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ମୃତ୍ୟୁବରଣ କରିଥିବାର ଜଣାପଡିଛି l ସମ୍ପୃକ୍ତ ଗ୍ରାମର କୁମ୍ଭାରସାହିରେ ବାସ କରନ୍ତି ମହେଶ୍ୱର ମୁଦୁଲି(୫୭) l ପେଶାରେ ସେ ଜଣେ ଆମ୍ବୁଲାନ୍ସ ଚାଳକ ଥିଲେ l ଗତ ଦୁଇମାସ ତଳେ ଫୁସଫୁସ୍ ଜନିତ ରୋଗରେ ପୀଡିତ ରହି ସେ କଟକ ଏସ ସି ବି ମେଡିକାଲରେ ଚିକିତ୍ସିତ ହେଉଥିଲେ l ସେଠାରେ ୨୦ ଦିନ ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ତାଙ୍କର କରୋନା ପରୀକ୍ଷା କରିବା ପରେ ସେ ପଜିଟିଭରେ ଆକ୍ରାନ୍ତ ଥିବାର ଜଣାପଡିଥିଲା l ଫଳରେ ସେହି ଦିନଠାରୁ ସେ ସେଠାରେ ରହି ଚିକିତ୍ସିତ ହେଉଥିବାବେଳେ ଆଜି ସକାଳେ ସେ ମୃତ୍ୟୁବରଣ କରିଛନ୍ତି l ତାଙ୍କର ମରଶରୀରକୁ ତାଙ୍କ ପାଖରେ ଥିବା ବଡପୁଅ ପ୍ରକାଶ ମୁଦୁଲୀଙ୍କୁ ଦିଆ ନଯାଇ ବିଏମସି ତାଙ୍କର ମରଶରୀରକୁ ନେଇ ଶବଦାହ କରିଛି l ସେ ଆମ୍ବୁଲାନ୍ସ ଚଳାଇ ଲୋକମାନଙ୍କର ସେବା କରି ଆସୁଥିବାଯୋଗୁଁ ସିକୋ ଏବଂ ଆଖପାଖ ଅଞ୍ଚଳରେ ବେଶ ସୁପରିଚିତ ଥିଲେ l ତାଙ୍କ ମୃତ୍ୟୁରେ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି l

Comments are closed.