ଭାରସାମ୍ୟ ହରାଇ ଯୋରରେ ପଶିଲା ଆମ୍ବୁଲାନ୍ସ, ଡ୍ରାଇଭର ଗୁରୁତର

ବାଲେଶ୍ଵର: ବାଲେଶ୍ଵର ଜିଲା ବସ୍ତା ଥାନା ଅସ୍ତର୍ଗତ ଭେଲୋରା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସ(ଓଡି ୦୧ ଏବି ୦୪୧୯)ଟି ବାଲେଶ୍ଵରରୁ ବସ୍ତା ଯାଉଥିବାବେଳେ ଭେଲୋରା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ଵ ଯୋରରେ ପଶିଯାଇଥିଲା। ଏଥିରେ ଆମ୍ବୁଲାନ୍ସର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଆମ୍ବୁଲାନ୍ସରେ କୌଣସି ରୋଗୀ ନ ଥିବା ସୂଚନା ମିଳିଛି।