ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣା ; ୩ ମୃତ, ୩ ଗୁରୁତର

କଟକ : କଟକ ଜିଲା ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସରେ ରୋଗୀ ନେଇ ଆସୁଥିବା ସମୟରେ ରାସ୍ତାରେ ଠିଆ ହୋଇଥିବା କଣ୍ଟେନରକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୩ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ରହିଛି ବୋଲି ଜଣାପଡ଼ିଛି। ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ପଶ୍ଚିମବଙ୍ଗରୁ ରୋଗୀ ନେଇ ଆସୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।

 

Comments are closed.