କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ ; ୨ ମୃତ, ୨ ଗୁରୁତର

କଟକ :  ଆଜି ସକାଳେ କଟକ ଜିଲା ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ।  ଟାଙ୍ଗୀବନ୍ଦାଳୋ ଟୋଲ ଗେଟ ନିକଟରେ ଆମ୍ବୁଲାନ୍ସରେ ରୋଗୀ ନେଇ ଆସୁଥିବା ସମୟରେ ରାସ୍ତାରେ ଠିଆ ହୋଇଥିବା କଣ୍ଟେନରକୁ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ  ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୨ ମହିଳା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସେମାନେ ପଶ୍ଚିମବଙ୍ଗରୁ ରୋଗୀ ନେଇ ଆସୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।

Comments
Loading...