ରାଲିରେ ଆମ୍ବୁଲାନ୍ସ ଫସିବା ଯୋଗୁଁ ଶିଶୁର ମୃତ୍ୟୁ ଅଭିଯୋଗ

0

ସୋନିପତ.- ହରିୟାଣାର ସୋନିପତରେ କଂଗ୍ରେସର ରାଲି ଯୋଗୁଁ ହୋଇଥିବା ଟ୍ରାଫିକ ଜାମରେ ଏକ ଆମ୍ବୁଲାନସ୍‌ ଫସିଯିବାରୁ ଜଣେ ଗୁରୁତର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏକ  ସାତ ମାସର ଶିଶୁ ଗୁରୁତର ହେବାରୁ  ଡାକ୍ତରଖାନାକୁ ଆମ୍ବୁଲାନସ୍‌ରେ  ନିଆଯାଉଥିଲା  ମାତ୍ର ସେହିସମୟରେ କଂଗ୍ରେସର ଏକ ରାଲି ଯାଉଥିଲା । ରାଲିରେ ଆମ୍ବୁଲାନ୍ସଟି  ୩୦ରୁ ୪୦ ମିନିଟ  ପର୍ଯ୍ୟନ୍ତ ଫସି ରହିଥିଲା ବୋଲି ଶିଶୁର ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏହାପରେ ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ  ଅନୀଲ ଭିଜ୍‌ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହି ରାଲିରେ ହରିୟାଣା କଂଗ୍ରେସର ଅଧ୍ୟକ୍ଷ ଅଶୋକ ତନଓ୍ୱାର ଅଂଶଗ୍ରହଣ କରିଥିଲେ ।  ସେ ‘ହରିୟାଣା ବଞ୍ଚାଅ ପରିବର୍ତନ ଲାଓ’ ସାଇକେଲ ରାଲିରେ  ଆୟୋଜନ କରିଥିଲେ । ଏହି ଘଟଣା ପରେ ମୃତ ଶିଶୁର ପରିବାର ଲୋଲ କୁଣ୍ଡଳି ଥାନାରେ ମାମଲା ରୁଜୁ କରିଛନ୍ତି ।

Leave A Reply