ଆମ୍ବୁଲାନ୍ସକୁ ବାଟ ନଛାଡ଼ିଲେ ଗଣିବେ ଜରିମାନା

ଭୁୁବନେଶ୍ୱର: ଏଣିକି ଟ୍ରାଫିକ୍‍ ନିୟମ ନମାନିଲେ ମୋଟାଅଙ୍କର ଗଣିବେ ତଣ୍ଡ । ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ଆପଣଙ୍କୁ ମୋଟାଅଙ୍କର ଜୋରିମାନା ଦେବାକୁ ହେବ । ଏଥି ପାଇଁ ଆପଣଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଖାଲି ସେତିକି ନୁହେଁ ଅପଣ ଟ୍ରାଫିକ ପୋଷ୍ଟର ବାମପାଖରେ ଗାଡ଼ି ରଖିପାରିବେ ନାହିଁ । ଏ ନେଇ ଟ୍ରାଫିକ୍‍ ଡିସିପି ଏସ. ସୁଶ୍ରୀ ଅମାନିଆ ଚଳକ ମାନଙ୍କୁ ସାବଧାନ କରାଇଦେଇଛନ୍ତି । ଏହା ସହ ଟ୍ରାଫିକ୍‍ ଡିସିପି ଏସ. ସୁଶ୍ରୀ କହିଛନ୍ତି କି, ଏହି ନିୟମ ବିଷୟରେ ପ୍ରଥମେ ଅବଗତ କରାଯିବ । ପରେ ଏହି ନିୟମ ଲାଗୁ କରାଯିବ ।

ରଙ୍ଗ ରୁଟ୍‍ରେ ଯାଉଥିଲେ କିମ୍ବା ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ଜୋରିମାନା ଆଦାୟ କରାଯିବ । ତାହା ସହ ଫାୟାର ଓ ପୋଲିସ ଗାଡ଼ିକୁ ନ ଛାଡ଼ିଲେ ମଧ୍ୟ ଜୋରିମାନା ଗଣିବେ ।

Comments are closed.