ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସମୟ ସନ୍ଧ୍ୟା ୭ଟା ୪୦। ମୁଖ୍ୟମନ୍ତ୍ରୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ ଛକରେ ଟ୍ରାଫିକ୍‌ ବ୍ୟବସ୍ଥା କଡାକଡି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏଜି ଛକପଟରୁ ତାଙ୍କ ବାସଭବନ ଅଭିମୁଖେ ଫେରୁଥିଲେ। ହଠାତ୍‌ ଆମ୍ବୁଲାନ୍ସ ସାଇରନ୍‌ ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ିଲା। ସେତେବେଳକୁ ମୁଖ୍ୟମନ୍ତ୍ରୀଙ୍କ କାରକେଡ କ୍ୟାପିଟାଲ ହସ୍ପିଟାଲ ଛକରେ ପହଞ୍ଚି ସାରିଥିଲା। ମୁଖ୍ୟମନ୍ତ୍ରୀ ନିଜ ଗାଡିକୁ ଅଟକାଇବା ଲାଗି ଚାଳକକୁ କହିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶମାନି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ଗାଡିକୁ ଅଟକାଇ ଆମ୍ବୁଲାନ୍ସଙ୍କୁ ତୁରନ୍ତ ଛାଡ଼ିବାରେ ସହାୟତା କରିଥିଲେ। ପ୍ରାୟ ଅଢ଼େଇ ମିନିଟ୍‌ ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାସ୍ତାରେ ଅଟକି ଯାଇଥିଲା। ସେହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ, ଅନ୍ୟଟି କ୍ୟାପିଟାଲ ହସ୍ପିଟାଲରୁ

ପୋଖରୀପୁଟ, ଆଉ ଦୁଇଟି ଆମ୍ବୁଲାନ୍ସ କ୍ୟାପିଟାଲ ହସ୍ପିଟାଲରୁ ଗୋପବନ୍ଧୁ ଛକଆଡ଼କୁ ଯାଉଥିଲା। ତେବେ ମୁଖ୍ୟମନ୍ତ୍ରୀ ନିଜେ ଗାଡ଼ି ଅଟକାଇ ଆମ୍ବୁଲାନ୍ସକୁ ବାଟଛାଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯାନ୍ବିତ କରିଥିବା ବେଳେ ତାଙ୍କର ଏତାଦୃଶ କାର୍ଯ୍ୟପାଇଁ ଉପସ୍ଥିତ ଜନତା ସାଧୁବାଦ ଜଣାଇଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମହନୀୟତା କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ଆଲୋଚନା କରୁଛନ୍ତି ।
.

Comments are closed.