ଟଙ୍କା ନଦେବାରୁ ରାସ୍ତାରେ ଓହ୍ଲାଇ ଦେଲା ୧୦୮ ଆମ୍ବୁଲାନ୍ସ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରୁ କଟକ ଶିଶୁଭବନ ସ୍ଥାନାନ୍ତର ହୋଇଥିବା ଜଣେ ଗୁରୁତର ଶିଶୁ ଓ ତାର ପରିବାରଲୋକଙ୍କୁ ରାସ୍ତାରେ ଛାଡି ଚାଲିଗଲା ୧୦୮ ଆମ୍ବୁଲାନ୍ସ। ଟଙ୍କା ନଦେବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ଏଭଳି କରିଥିବା ଅଭିଯୋଗ ହୋଇଛି । କିଛି ସ୍ବେଚ୍ଛାସେବୀଙ୍କ ସହଯୋଗରେ ଶିଶୁକୁ ପୁଣି ଥରେ ଏମକେସିଜିକୁ ଫେରାଇ ନିଆଯାଇଛି। ଶିଶୁର ଅବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ  ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ଅନାମ ଦାସଙ୍କ ଦେଢ଼ ମାସର ପୁଅ କିଛି ଦିନ ତଳେ ଏମକେସିଜିରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଶିଶୁକୁ କଟକ ଶିଶୁଭବନ ନେବାକୁ ପରାମର୍ଶ ଦେଇଥିଲେ । ପରେ ଦିନ ଗୋଟାଏ ବେଳେ ଏମକେସିଜିର ଏକ ଆମ୍ବୁଲାନ୍ସ ଶିଶୁ ଓ ତା ପରିବାରକୁ ନେଇ କଟକ ଅଭିମୁଖେ ବାହିରିଥିଲା। କିନ୍ତୁ କିଛି ବାଟ ଯିବା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଶିଶୁର ବାପାଙ୍କୁ ଟଙ୍କା ମାଗିଥିଲେ। ହେଲେ ଟଙ୍କା ନଦେବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ଅସୁସ୍ଥ ଶିଶୁ ସହ ବାପା ଓ ମା’କୁ ଜାତୀୟ ରାଜପଥ ଉପରେ ତଥା ଗଞ୍ଜାମ ବଜାର ଛକ ଠାରେ ଓହ୍ଲାଇ ଦେଇ ଚାଲି ଯାଇଥିଲେ। ସ୍ଥାନୀୟଲୋକେ ଶିଶୁଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଏମକସିଜିରେ ଭର୍ତ୍ତି କରିଛନ୍ତି।

Comments are closed.