ଶକ୍ତି ମନ୍ତ୍ରୀଙ୍କ ସହ ତ୍ରିନିଦାଦ୍‌ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ଆଜି ତ୍ରିନିଦାଦ୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରୁଣ କୁମାର ସାହୁ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ତାଙ୍କର ଏହି ସାକ୍ଷାତ ସମୟରେ ତି୍ରନିଦାଦ୍‌ରେ ରହୁଥିବା ଭାରତୀୟମାନଙ୍କ ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ଜୀବନଶୈଳୀ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ଏଥିସହିତ ତାଙ୍କର ଜନ୍ମସ୍ଥାନ ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗରେ କି ପ୍ରକାର ପଦକ୍ଷେପ ସବୁ ନିଆଯାଇପାରେ ତାହା ସେ ଆଲୋଚନା କରିଥିଲେ। ତେବେ ଏହି ସାକ୍ଷାତ କେବଳ ସୌଜନ୍ୟମୂଳକ ଥିବା ସେ କହିଥିଲେ। ପରେ ସେ ସେଠାରୁ କିଟ୍‌ରେ ଏକ ସେମିନାର୍‌ରେ ଯୋଗଦେବାକୁ ଯାଇଥିଲେ।

Comments are closed.