ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅମ୍ବରୀଶଙ୍କ ପରଲୋକ

0

ବେଙ୍ଗାଲୁରୁ : କନ୍ନଡ଼ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ୍ ଏଚ୍ ଅମ୍ବରୀଶଙ୍କ ଶନିବାର ରାତିରେ ପରଲୋକ ଘଟିଛି। ସେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।

ଅମ୍ବରୀଶଙ୍କ ପୂରା ନାମ ମାଲାଭାଲି ହୁଚେଚେ ଗୌଡା। କନ୍ନଡ ସିନେ ଜଗତରେ ସେ ଅମ୍ବରୀଶ ନାମରେ ପରିଚିତ ଥିଲେ। ସୂଚନା ଅନୁସାରେ, ଗତ କିଛି ମାସ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ତେବେ ହଠାତ୍ ଶ୍ବାସକ୍ରିୟାରେ କଷ୍ଟ ଅନୁଭୂତ ହେବାରୁ ତାଙ୍କୁ ଜେପି ନଗରସ୍ଥିତ ବାସଭବନରୁ ହସ୍ପିଟାଲକୁ ଅଣାଯାଇଥିଲା। ଶନିବାର ରାତି ୧୦ ଟା ୧୫ ମିନିଟ୍ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅମ୍ବରୀଶ ତେଲୁଗୁ ,ହିନ୍ଦୀ ଓ କନ୍ନଡ ଭାଷାର ୨୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ସେ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଜ୍ୟମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ।

Leave A Reply