୧୭ରୁ ଆମାଜନ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍’; ଜାଣନ୍ତୁ ଏଥର କ’ଣ ରହିଛି ବିଶେଷ ଅଫର?

ନୂଆଦିଲ୍ଲୀ : ଆମାଜନ ଡଟ୍ ଇନ୍ ତାର ଗ୍ରାହକଙ୍କ ପାଇଁ ପାର୍ବଣର ଅଫର ଆଣିଛି। ଆଗାମୀ ଅକ୍ଟୋବର ୧୭ରୁ ଉତ୍ସବର କାର୍ଯ୍ୟକ୍ରମ ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍’ ଆରମ୍ଭ ହେବା ନେଇ ଆମାଜନ ଡଟ୍ ଇନ୍ ପକ୍ଷରୁ ଘୋଷଣା କରାଯାଇଛି। ଅକ୍ଟୋବର ୧୬ରୁ ଆମାଜନ୍ ପ୍ରାଇମର ସଦସ୍ୟମାନେ ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍’ରୁ ସପିଂ କରିପାରିବେ, ଅର୍ଥାତ୍ ସେମାନେ ଅନ୍ୟ ଗ୍ରାହକଙ୍କ ତୁଳନାରେ ଗୋଟିଏ ଦିନ ପୂର୍ବରୁ ସପିଂ କରିବାର ସୁଯୋଗ ପାଇପାରିବେ। ଏଥର ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ମାଧ୍ୟମରେ ତାର ଗ୍ରାହକମାନଙ୍କ ପାଇଁ ଅନେକ ଭଲ ଭଲ ଅଫର ଆଣିଥିବା ନେଇ ଘୋଷଣା କରିଛି।

ତେବେ ଆସନ୍ତୁ ଜାଣିବା ଚଳିତଥର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲରେ କଣ ରହିଛି ଅଫର…
୯୦୦ରୁ ଅଧିକ ଉତ୍ପାଦ ଲଞ୍ଚ ହେବ
ଏଥର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ରେ ସାମସଙ୍ଗ, ୱାନପ୍ଲସ୍, ଆପଲ୍, ଜେବିଏଲ୍, ସୋନି, ଏଲଜି, ଆଇଏଫବି, ହାଇସେନ୍ସ, ଟାଇଟାନ, ମ୍ୟାକ୍ସ ଫ୍ୟାଶନ, ଭିଭୋ, ସ୍ପାଇକର, ପାନାସୋନିକ ଭଳି କମ୍ପାନୀର ପ୍ରଡକ୍ଟ ଉପଲବ୍ଧ ହେବ। ଏହା ସହିତ ଆମାଜନର ନୂତନ ଲଞ୍ଚ ଯେପରିକି ନୂତନ ଆମାଜନ ଇକୋ ଡଟ୍, ଇକୋ ଡଟ୍ ସହିତ କ୍ଲକ୍, ଆମାଜନ ଇକୋ, ଫାୟାର ଟିଭି ଷ୍ଟିକ୍ ଏବଂ ଫାୟାର ଟିଭି ଷ୍ଟିକ୍ ଲାଇଟ୍ ସହିତ ଆଲେକ୍ସା ଭଏସ୍ ରିମୋଟ ଲାଇଟ୍ ମଧ୍ୟ ଉପଲବ୍ଧ ହେବ। ବିକ୍ରୟ ସମୟରେ ଏଚଡିଏଫସି ବ୍ୟାଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଏବଂ ଇଏମଆଇ ଉପରେ ଇନଷ୍ଟାଣ୍ଟ ବ୍ୟାଙ୍କ ରିହାତି, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ନୋ-କଷ୍ଟ ଇଏମଆଇ୍ ଭଳି ଅଫର ଉପଲବ୍ଧ ହେବ। ଗ୍ରାହକମାନେ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ ଆମାଜନ୍ ପେ ସହିତ ଉପହାର ଏବଂ ଦୈନିକ ପୁରସ୍କାର ଜିତିପାରିବେ।

ଆଇଫୋନ୍-୧୧, ୫୦ହଜାରରୁ କମ୍ ମୂଲ୍ୟରେ ଉପଲବ୍ଧ ହେବ
ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ବିକ୍ରିରେ ଗ୍ରାହକମାନେ, ୫୦ହଜାରରୁ କମ୍ ମୂଲ୍ୟରେ ଆଇଫୋନ୍ ୧୧ କିଣିବାର ସୁଯୋଗ ପାଇପାରିବେ।

Comments are closed.