୨୨ବର୍ଷ ଧରି ଜଙ୍ଗଲରେ ଏକା ରହୁଛନ୍ତି ଏହି ବ୍ୟକ୍ତି

0

ନୂଆଦିଲ୍ଲୀ : ବ୍ରାଜିଲର ଆମାଜନ ଜଙ୍ଗଲରେ ଜଣେ ବ୍ୟକ୍ତି ଦୀର୍ଘ ୨୨ ବର୍ଷ ଧରି ଏକାକି ରହିଆସୁଥିବା ଏକ ଭିଡିଓରୁ ଜଣାପଡିଛି। ବ୍ରାଜିଲ ଇଣ୍ଡିୟନ ଫାଉଣ୍ଡେସନ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ଜଣେ ଅଜଣା ବ୍ୟକ୍ତି କିଛି କାମ କରୁଥିବାର ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣକ ବିଷୟରେ କୌଣସି ସଠିକ ତଥ୍ୟ ମିଳିପାରିନାହିଁ। ଏକ ଜନଜାତିର ଏହି ବ୍ୟକ୍ତି ଶେଷ ଲୋକ ବୋଲି ଅନୁମାନ କରାଯାଉଛି। ବ୍ୟକ୍ତି ଜଣକ ଗଛ କାଟୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ବ୍ୟକ୍ତି ଜଣକ ପକ୍ଷୀ ମାନଙ୍କ ପରି କିଛି ଶବ୍ଦ କରୁଥିବାର ଶୁଣିବାକୁ ମିଳିଥିଲା। ଜାରି କରାଯାଇଥିବା ଭିଡିଓରେ କୁହାଯାଇଛି ଯେ, ୧୯୯୦ ମସିହାର ଏକ ଫଟୋ ସହିତ ଏହି ଲୋକଟି ମିଶିଥିବା ଦେଖିବାକୁ ମିଳିଛି। ଇଣ୍ଡିଆନ ଫାଉଣ୍ଡେସନର କହିବା ଅନୁସାରେ ଏହି ବ୍ୟକ୍ତିଙ୍କ ବୟସ ୫୫ରୁ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ୧୯୯୬ ମସିହାରୁ ଆମେ ଏହି ବ୍ୟକ୍ତିଙ୍କ ଉପରେ ନଜର ରଖିଆସିଛୁ। ଏହି ଲୋକଟିର ସମସ୍ତ ଜନଜାତି ଜଙ୍ଗଲ ବାହାରେ ରହୁଥିବାର ଅନୁମାନ କରାଯାଉଛି।

Leave A Reply