ଆମାଜନ୍‍ ଫେଷ୍ଟିଭ୍‍ ସେଲ୍‍: ୩୬ ଘଣ୍ଟାରେ ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ୍‍ ବିକ୍ରି

ୱାନ୍‍ ପ୍ଲସ୍‍, ସାମ୍‍ସଙ୍ଗ୍‍ ଏବଂ ଆପଲ୍‍ ଆଗରେ

ନୂଆଦିଲ୍ଲୀ : ନବରାତ୍ର ଓ ଦୁର୍ଗାପୂଜା ପାଇଁ ଆମାଜନ୍‌ରେ ଫେଷ୍ଟିଭ୍‍ ସେଲ୍‍ ଆରମ୍ଭ ହୋଇଯାଇଛି। ତେବେ ସେଲ୍‍ର ପ୍ରଥମ ଦିନରେ ଏଥର ସବୁଠୁ ଅଧିକ ବ୍ରିକୟ ହୋଇଥିବା ଆମାଜନ୍‍ ଇଣ୍ଡିଆ ଦାବି କରିଛି। କମ୍ପାନୀର କହିବାନୁସାରେ, ମାତ୍ର ୩୬ ଘଣ୍ଟାରେ ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ୍‍ ବିକ୍ରି ହୋଇଛି। ୭୫୦ କୋଟିର ଯେଉଁ ସବୁ ସ୍ମାର୍ଟଫୋନ୍‍ ବିକ୍ରି ହୋଇଛି ତାହା ପ୍ରିମିୟମ୍‍ ସେଗ୍‌ମେଣ୍ଟର ବୋଲି ମଧ୍ୟ କମ୍ପାନୀ ସୂଚନା ଦେଇଛି। ଖାସ୍‍ କଥା ହେଉଛି ସେଲ୍‍ର ପ୍ରଥମ ଦିନରେ ୱାନ୍‍ ପ୍ଲସ୍‍, ସାମ୍‍ସଙ୍ଗ୍‍ ଏବଂ ଆପଲ୍‍ ସ୍ମାର୍ଟଫୋନ୍‍ ଅଧିକ ବିକ୍ରି ହୋଇଛି।
କେବଳ ଆମାଜନ୍‍ ନୁହେଁ ଫ୍ଲିପ୍‍କାର୍ଟରେ ମଧ୍ୟ ବିଗ୍‍ ବିଲିୟନ୍‍ ଡେଜ୍‍ ସେଲ୍‍ର ପ୍ରଥମ ଦିନରେ ପୂର୍ବ ଥର ଅପେକ୍ଷା ଏଥର ଅଧିକ ଭଲ ବ୍ୟବସାୟ ହୋଇଛି। ମାତ୍ର ପ୍ରଥମ ଦିନର ଆୟ ବିଷୟରେ କମ୍ପାନୀଠାରୁ କୌଣସି ସୂଚନା ମିଳିନାହିଁ। ଅଧିକାଂଶ ଲୋକ ଫ୍ୟାଶନ୍‍ ସମ୍ବନ୍ଧୀୟ ସାମଗ୍ରୀ ଓ ସ୍ମାର୍ଟ ଫୋନ ଅଧିକ କିଣୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଘରୋଇ ଉପକରଣ ତଥା ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ଏଥର ସାଧାରଣ ଦିନ ତୁଳନାରେ ୧୦ ଗୁଣା ଅଧିକ ବିକ୍ରି ହେଉଛି।

Comments are closed.