ଅନ୍‍ଲାଇନରେ ସପିଂ କଲା ଟିଆ;ମାଧ୍ୟମ ପାଲଟିଲା ଆଲେକ୍ସା

0

ନୂଆଦିଲ୍ଲୀ: କଥାରେ ଅଛି “ବାଘ ଚାଲିଗଲେ ଶିଆଳ ରଜା’। ଠିକ୍‍ ଅନୁରୂପ ଘଟଣା ଘଟିଛି ଜଣେ ବ୍ୟକ୍ତିଙ୍କ ଜୀବନରେ। ଉକ୍ତ ବ୍ୟକ୍ତିଜଣକ ଘରୁ କାର୍ଯ୍ୟାଳୟକୁ ଯିବା ପରେ ତାଙ୍କ ଘରେ ଥିବା ପୋଷା ଟିଆ ଆମାଜନର ଆଲେକ୍ସା ଦ୍ୱାରା ତା’ର ମନପସନ୍ଦ ଖାଦ୍ୟ ସାମଗ୍ରୀ ଅର୍ଡର କରି ଚହଳ ସୃଷ୍ଟି କରିଛନ୍ତି। ଏଭଳି ଖବର ପ୍ରକାଶ କରିଛି ବିବିସି ନାମକ ସଂସ୍ଥା।
ରୋକୋ ନାମକ ଆଫ୍ରିକାନ ଗ୍ରେ ଟିଆ ନିଜ ମାଲିକର ଆମାଜନ ଆଲେକ୍ସା ଡିଭାଇସକୁ ବ୍ୟବହାର କରି ତରଭୁଜ, କିସମିସ, ବ୍ରୋକଲି ଓ ଆଇସକ୍ରିମ୍‍ କ୍ରୟ କରିଛି। ରୋକୋର ମାଲିକ ମାରିୟନ ସନ୍ଧ୍ୟାରେ ଘରକୁ ଫେରି ନିଜ ସପିଂ ତାଲିକା ଦେଖି ଆଚମ୍ବିତ ହୋଇ ପଡ଼ିଥିଲେ। ଆଲେକ୍ସା ଦ୍ୱାରା ଏହି ସବୁ ସାମଗ୍ରୀ କ୍ରୟ କରାଯାଇ ଥିବା ଜଣିପାରି ପରେ ସେଗୁଡ଼ିକର ଅର୍ଡ଼ର ବାତିଲ ରଦ୍ଦ କରିଥିଲେ।
ବିବିସିର ରିପୋର୍ଟ ଅନୁଯାୟୀ, ରୋକୋ କେବଳ ଏଭଳି ଅର୍ଡ଼ର ଦେଇ ଖ୍ୟାତି ଅର୍ଜନ କରି ନାହିଁ। ପୂର୍ବରୁ ମଧ୍ୟ ରୋକୋ ଏକାଧିକ କାରଣ ପାଇଁ ଚର୍ଚ୍ଚିତ ଥିଲା। ରୋକୋକୁ ବାର୍କଶାୟାରର ନ୍ୟାସନାଲ ଏନିମାଲ ୱେଲଫେୟାର ଟ୍ରଷ୍ଟ ଅଭୟାରଣ୍ୟରୁ ଉଦ୍ଧାର କରି ମାରିୟନଙ୍କ ଘରକୁ ପଠାଇ ଦିଆଯାଇ ଥିଲା। ରୋକୋ ଏତେ ମାତ୍ରାରେ କୁ-ଭାଷାର ବ୍ୟବହାର କରୁଥିଲା ଯେ, ଏହାକୁ ନେଇ ଅଭୟାରଣ୍ୟ କର୍ତ୍ତୃପକ୍ଷ ଚିନ୍ତିତ ହୋଇ ପଡ଼ିଥିଲେ। ରୋକୋ ପାଇଁ ଅନ୍ୟାନ୍ୟ ଟିଆ ମଧ୍ୟ କୁ- ଭାଷା କହିବା ଶିଖିବେ ଏଭଳି ଏକ ଆଶଙ୍କାରେ ରୋକୋକୁ ମାରିୟମଙ୍କ ଘରକୁ ପଠାଇ ଦିଆଯାଇ ଥିଲା। ମାରିୟମ ଉକ୍ତ ଅଭୟାରଣ୍ୟର ଜଣେ କର୍ମଚାରୀ ହୋଇ ଥିବାରୁ ରୋକୋକୁ ତାଙ୍କ ଘରେ ରଖିବାକୁ ପରାମର୍ଶ ଦିଆଯାଇ ଥିଲା।

Leave A Reply