କରୋନା ଭୟ: ଅମରନାଥ ଯାତ୍ରା ବନ୍ଦ କଲେ କେନ୍ଦ୍ର ସରକାର

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାବା ବର୍ଫାନୀଙ୍କ ଅମରନାଥ ଯାତ୍ରାକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି । ଏହି ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହୋଇ ୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥାଆନ୍ତା । ଚଳିତ ବର୍ଷ ୪୨ ଦିନ ଏହି ଯାତ୍ରାକୁ ହ୍ରାସ କରାଯାଇ ୧୫ ଦିନରେ ଶେଷ କରିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଅମରନାଥ ଯାତ୍ରାକୁ କେନ୍ଦ୍ର ସରକାର  ରଦ୍ଦ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଅମରନାଥ ଯାତ୍ରା ୪୫ ଦିନ ପାଇଁ ଆୟୋଜିତ ହୋଇଥଏ । ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ଏହାକୁ ହ୍ରାସ କରାଯାଇ ବଟ୍ଟଲ ମାର୍ଗ ଜରିଆରେ ୧୫ ଦିନ ଆୟୋଜନ ପାଇଁ ପ୍ରଥମେ ଅନୁମତି ଦେଇଥିଲେ । ଏହା ସହ ଚଳିତ ବର୍ଷ ସର୍ବାଧିକ ୧୦ ହଜାର ଶ୍ରଦ୍ଧାଳୁଙ୍କ ଯୋଗଦାନକୁ ଅନୁମୋଦନ କରାଯାଇଥିଲା । କାର୍ଯ୍ୟକ୍ରମ ଅନୁସାରେ ଏହା ଜୁନ୍ ୨୩ରେ ଆୟୋଜିତ ହେବାର ଥିଲା, ମାତ୍ର ପରବର୍ତୀ ସମୟରେ ତାହାକୁ ଜୁଲାଇ ୨୧କୁ ଘୁଞ୍ଚା ଯାଇଥିଲା ।  ଜାମ୍ମୁକାଶ୍ମୀର ସରକାର ଗୋଟିଏ ଦିନରେ ସର୍ବାଧିକ ୫୦୦ ଶ୍ରଦ୍ଧାଳୁଙ୍କୁ ଯାତ୍ରା ନିମନ୍ତେ ଅନୁମତି ଦେଇଥିଲେ । ମାତ୍ର ଜୁଲାଇ ୧୫ ତାରିଖରେ ହାଇକୋର୍ଟ  ଅମରନାଥ ଯାତ୍ରା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । 

Comments are closed.