କଡ଼ା ସୁରକ୍ଷା ମଧ୍ୟରେ ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଆଜିଠୁ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଭକ୍ତ ମାନେ ପବିତ୍ର ଗୁମ୍ଫାକୁ ପ୍ରବେଶ କରିଛନ୍ତି । କରୋନା ଯୋଗୁ ଗତ ୨ ବର୍ଷ ଧରି ବନ୍ଦ ଥିଲା ଅମରନାଥ ଯାତ୍ରା । ଚଳତ ବର୍ଷ କରୋନା ସଂକ୍ରମଣ କମ୍‌ ରହିଥିବାରୁ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି ସରକାର । ୨ ବର୍ଷ ପରେ ଭକ୍ତ ମାନେ ବରଫ ଲିଙ୍ଗ ଦେଖିପାରୁଥିବାରୁ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ପାହାଡ଼ ଚଢ଼ିବା ସମୟରେ ଭକ୍ତ ମାନଙ୍କ କଣ୍ଠରେ ଶିବଙ୍କ ନାମ ଶୁଣିବାକୁ ମିଳୁଛି । ହର ହର ମହାଦେବ, ଭୋଲେ ବମ୍‌ ଆଦି ନାମ ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଅବରନାଥ ପୀଠ । ଏହି ଯାତ୍ରା ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ବୋଲି ସୂଚନା ରହିଛି ।

ଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି । ଜମ୍ମ କାଶ୍ମୀର ପୁଲିସ ଓ ସେନା ସବୁଠି ମୁତୟନ ହୋଇଛନ୍ତି । ସେନା ପକ୍ଷରୁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି  । ଅମରନାଥଙ୍କ ଏହି ଯାତ୍ରାରେ ଭକ୍ତ ମାନେ ସାମିଲ ହୋଇ ନିଜର ଖୁସି ଜାହିର କରିଛନ୍ତି । ପୂର୍ବରୁ ଅମରନାଥ ଯାତ୍ରାକୁ ନେଇ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ସ୍ଥିତି ଉପରେ ଧ୍ୟାନ ରଖିବାକୁ ନିର୍ଦେଶ ଦେଇଥିଲେ । ଘଟଣାସ୍ଥଳକୁ ପରିଦର୍ଶନ ମଧ୍ୟ କରିଥିଲେ ।

Comments are closed.