ଅମରନାଥ ଯାତ୍ରା : ସୁରକ୍ଷା ବ୍ୟବସ୍ଥା କଡାକଡି

ଶ୍ରୀନଗର : ଅମରନାଥ ଯାତ୍ରାର ପୂର୍ବରୁ ଜାମ୍ମୁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହିସବୁ ସୁରକ୍ଷା ବ୍ୟବସ୍ଥା ବ୍ୟତୀତ ଅମରନାଥ ଯାତ୍ରା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଯବାନମାନଙ୍କୁ ମୁତୟନ କରାଯାଇଛି । ଯବାନମାନେ ଆନ୍ତର୍ଜାତିକ ସୀମା ଓ ସାମ୍ବା, କାଠୁଆ ଓ ଜାମ୍ମୁ ଜିଲ୍ଲାର ସୀମାନ୍ତ ଗ୍ରାମଗୁଡ଼ିକରେ ବ୍ୟାପକ ଖୋଜାଖୋଜି ଅଭିଯାନ ଜାରି ରଖିଛନ୍ତି । ସୀମାପାର ସୁଡ଼ଙ୍ଗ ଗୁଡ଼ିକୁ ଚିହ୍ନଟ କରିବା ଏବଂ ଆତଙ୍କବାଦୀମାନଙ୍କ ଅନୁପ୍ରବେଶକୁ ରୋକିବା ଲାଗି ସଦା ସର୍ବଦା ଉଦ୍ୟମ ଜାରି ରହିଛି । ଖୋଜା ଖୋଜି କାର୍ଯ୍ୟ ପୁଲିସ୍‍, ସିଆର୍‍ପିଏଫ୍‍ ଓ ବିଏସ୍‍ଏଫ୍‍ ଦ୍ୱାରା ମିଳିତ ଭାବେ କରାଯାଉଛି । ଆସନ୍ତା ୩୦ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ୭୦ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୦୦ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରିଛି । ସେଗୁଡ଼ିକ ଜବାହର ଟନେଲ୍‍ ସୁଡ଼ଙ୍ଗ ଠାରୁ ଅମରନାଥ ଗୁମ୍ଫା ମଧ୍ୟରେ ଉଭୟ ପଥରେ ରହିବ । ୭୦ ଶଯ୍ୟା ବିଶିଷ୍ଟ ଦୁଇଟି ହସ୍ପିଟାଲ୍‍ ସ୍ଥାପନ କରାଯାଇଛି । ଗୋଟିଏ ହସ୍ପିଟାଲ୍‍ ବଲତାଲରେ ରହିଛି ଓ ଅନ୍ୟଟି ଚନ୍ଦବାଡ଼ିରେ ରହିଛି । ଯାତ୍ରାପଥରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍‍ ଡିଆର୍‍ଡିଓ ଦ୍ୱାରା ସ୍ଥାପନ କରାଯାଇଛି । ସେହି ହସ୍ପିଟାଲରେ ଅତ୍ୟାଧୁନିକ ଜରୁରୀକାଳୀନ ଜୀବନରକ୍ଷାକାରୀ ବ୍ୟବସ୍ଥା ରହିଛି ।

Comments are closed.