ଅମରନାଥ ଯାତ୍ରାରେ ବାଧା ସୃଷ୍ଟି କରିବାର ଯୋଜନା କରୁଛି ଲସ୍କର

0

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ଆରମ୍ଭ ହେବାର ୨୪ଘଣ୍ଟା ନପୁରୁଣୁ ସୁରକ୍ଷା ଏଜେନ୍ସି ପକ୍ଷରୁ ଚେତାବନୀ ଜାରି ହୋଇଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ପବିତ୍ର ଏହି ଯାତ୍ରାରେ ବଡ଼ ଧରଣର ବାଧା ସୃଷ୍ଟି କରିବାକୁ ଯୋଜନା କରୁଥିବା ଚେତାବନୀ ଦିଆଯାଇଛି। ପବିତ୍ର ଗୁମ୍ଫା ଆଡ଼କୁ ଯାଇଥିବା ରାସ୍ତାରେ ପଡ଼ୁଥିବା ପିସ୍‍ସୁ ଟପ୍‍ ଓ ଶେଶଙ୍ଗ ଉପରେ ଆକ୍ରମଣ କରିବାକୁ ଲସ୍କର ଏ ତୋଇବା ସଂଗଠନ ଆକ୍ରମଣ କରିବାକୁ ଚକ୍ରାନ୍ତ କରୁଛି। ଅମରନାଥ ଯାତ୍ରାରେ ଏହି ଦୁଇ ସ୍ଥାନ ବେଶ୍‍ ସମ୍ବେଦନଶୀଳ ରହିଥିବାବେଳେ ପରିସ୍ଥିତିକୁ ଦେଖି ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି।

Leave A Reply