ଜୁଲାଇ ମାସର ପ୍ରତି ଶନିବାର ଆମପାଣି ପଞ୍ଚାୟତ ସଟ୍ ଡାଉନ

ଭବାନୀପାଟଣା : ନବରଙ୍ଗପୁର ଜିଲା ସୀମାନ୍ତରେ ଥିବା କଳାହାଣ୍ଡି ଜିଲାର କୋକସରା ବ୍ଲକ ଆମପାଣି ପଞ୍ଚାୟତ ବାସୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଆମପାଣି ସରପଞ୍ଚ ଶନିବାର ୨୪ ଘଣ୍ଟିଆ ଉକ୍ତ ପଞ୍ଚାୟତକୁ ସଟ୍ ଡାଉନ ଘୋଷଣା କରିଛନ୍ତି। ଏହି ସଟ ଡାଉନ ପ୍ରଭାରେ ଆମପାଣିର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ଓ ଗାଡି ମଟର ଚଳାଚଳ ବନ୍ଦ ଅଛି ।

ଆମପାଣି ସରପଞ୍ଚ ଟିକି ଚନ୍ଦ୍ର ଧଙ୍ଗଡାମାଝୀ ନିର୍ଦ୍ଦେଶ ଅନୁଯାୟୀ,  ଶନିବାର ଦିନ ଆମପାଣି ସପ୍ତାହିକ ବଜାର ବସିଥାଏ। ଏହି ବଜାରକୁ କୋରନା ସଂକ୍ରାମିତ ପଡୋଶୀ ନବରଙ୍ଗପୁର ଜିଲାର ନବରଙ୍ଗପୁର, ଅମରକୋଟ , ଡାବୁଗାଁ, ପାପଡାହାଣ୍ଡି,ତାରାଗାଁ ସମେତ କୋରାପୁଟ ଜିଲାର ଜୟପୁର ଓ ଅନ୍ୟ ଅଞ୍ଚଳରୁ ବ୍ୟବସାୟୀ ଏବଂ ଅନ୍ୟ ଲୋକ ମାନେ ଆସିଥାନ୍ତି। ଏହି ସପ୍ତାହିକ ବଜାରରେ ବହୁ ଜନଗହଳି ହୋଇଥାଏ। ତେଣୁ ଉକ୍ତ ପଞ୍ଚାୟତ ବାସୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଚଳନ୍ତି ଜୁଲାଇ ମାସର ପ୍ରତି ଶନିବାର ଦିନ ଆମପାଣି ପଞ୍ଚାୟତକୁ ୨୪ ଘଣ୍ଟିଆ ସଟ୍ ଡାଉନ ଘୋଷଣା କରିଛନ୍ତି । ଫଳରେ ଆଜି ୨୪ ଘଣ୍ଟିଆ ସଟ୍ ଡାଉନ ହେବାଫଳରେ ଆମପାଣିର ସମସ୍ତ ଦୋକାନ ବଜାର , ସରକାରୀ ଅଫିସ, ବ୍ୟାଙ୍କ ଆଦି ବନ୍ଦ ରହିବା ସହିତ ସମସ୍ତ ଜାନବାହାନ ଚଳାଚଳ ବନ୍ଦ ରହିଛି ।

Comments are closed.