କରୋନା ସଂକ୍ରମଣ ପରେ ଓଭରବ୍ରିଜରୁ ଡ଼େଇଁ ସମାଜବାଦୀ ପାର୍ଟି ନେତାଙ୍କ ଆତ୍ମହତ୍ୟା

ବରେଲି: କରୋନା ସଂକ୍ରମିତ ହୋଇ ବରେଲିର ଏସଆରଏମଏସ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟି ନେତା ରମଣ ଚୌଧୁରୀ ଦିଲ୍ଲୀ-ବରେଲି-ନୈନିତାଲ ରାଜପଥର ଏକ ଓଭରବ୍ରିଜରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ ଏହା ଏକ ଦୁର୍ଘଟଣା ହୋଇଥିବା ସନ୍ଦେହ କରୁଥିଲେ ହେଁ ଏ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ ।
ଶନିବାର ବିଳମ୍ବିତ ସନ୍ଧ୍ୟାରେ ରମର କୋବିଡ଼ ୱାର୍ଡ଼ରୁ ବାହାରିଥିଲେ ଓ ସିଧା ବରେଲି-ନୈନିତାଲ ରାଜପଥର ସ୍ଥିତ ଓଭରବ୍ରଜ ନିକଟକୁ ଯାଇ ତଳକୁ ଡ଼େଇ ପଡ଼ିଥିଲେ । ଓଭରବ୍ରିଜ ତଳୁ କିଛି ଲୋକ ଉଦ୍ଧାର କରି ଜିଲା ଡ଼ାକ୍ତରଖାନା ନିଆଯାଇଥିଲା, ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କରୋନା ପଜିଟିଭ୍ ସମାଜବାଦୀ ପାର୍ଟିର ନେତାଙ୍କ ମୃତ୍ୟୁ ପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।
ରମଣ ଚୌଧୁରୀ ସମାଜବାଦୀ ପାର୍ଟିର ବରେଲି ମହାନଗର ଅଧ୍ୟକ୍ଷ ଥିଲେ ଓ ଅନ୍ୟ ପଦ ପଦବୀରେ ମଧ୍ୟ ନିଯୁକ୍ତି ପାଇଥିଲେ । କିଛିଦିନ ତଳେ ତାଙ୍କୁ ଜ୍ବର ହୋଇଥିଲା ଓ ଔଷଧ ଖାଇବା ପରେ ମଧ୍ୟ ଜ୍ବର କମି ନ ଥିଲା । ଗତ ୨୫ ତାରିଖରେ ସେ କରୋନା ଯାଞ୍ଚ କରିଥିଲେ ଓ ରିପୋର୍ଟ ପଜିଟିଭ୍ ଆସିବାରୁ ଭୋଜପୁର କେଏସଆର୍ଏମଏସ୍ ମେଡ଼ିକାଲ କଲେଜରେ ସେ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିଲେ । ଡ଼ାକ୍ତରଖାନାର କୋଭଡ଼ ୱାର୍ଡ଼ରେ ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ରଗତକାଲି ତାଙ୍କର ଆକସ୍ମିକ ମୃତ୍ୟୁ ପରେ ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ଯାଞ୍ଚ ନିର୍ଦେଶ ଦେଇଛନ୍ତି ।
ଗତକାଲି ଡ଼ାକ୍ତରଖାନା ପକ୍ଷରୁ ରମଣ ଚୌଧୁରୀ ନାମକ ଜଣେ ସଂକ୍ରମିତ ବ୍ୟକ୍ତି ଝରକା ଖୋଲି ମେଡ଼ିକାଲ ୱାର୍ଡ଼ରୁ ଫେରାର ହୋଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହାପରେ ରମଣଙ୍କ ପରିବାର ଲୋକମାନେ ବାରାଦରୀ ଥାନାରେ ରମଣଙ୍କ ନିଖୋଜ ହେବା ନେଇ ମାମଲା ରୁଜୁ କରିଥିଲେ । ଏ ସମ୍ପର୍କରେ ପୁଲିସ ଅନୁସନ୍ଧାନ ଜାର ରହିଛି ।

Comments are closed.