ଆମ ପୁଲିସ ସମିତି ଓ ବରିଷ୍ଠ ନାଗରିକଙ୍କ ବୈଠକ

0

ହିଞ୍ଜିଳିକାଟୁ : ଗଞ୍ଜାମ ହିଂଜିଳି ଥାନା ତରଫରୁ ଶନିବାର ଅଭ୍ୟର୍ଥନା କକ୍ଷ ପରିସରରେ ଆମ ପୁଲିସ ସମିତି ଓ ବରିଷ୍ଠ ନାଗରିକଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ, ବିଡିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ଗୋପୀନାଥ କୁଆଁର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ବୈଠକ ପ୍ରାରମ୍ଭରେ ଅତିଥିଙ୍କୁ ପୁଷ୍ପଗୁଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରଯାଇଥିଲା । ପରେ ଏସ.ଆଇ ଭାଗ୍ୟଶ୍ରୀ ସ୍ଵାଇଁଙ୍କ ସମେତ ମହିଳା ପୁଲିସ କର୍ମଚାରୀ ବୃନ୍ଦ ଫୁଲ ଚନ୍ଦନ ଟିକା ଓ ମିଷ୍ଟାନ୍ନ ଦେଇ ଅତିଥି ଓ ବରିଷ୍ଠ ନାଗରିକ, ମହିଳାଙ୍କୁ ପବିତ୍ର ରକ୍ଷା ବନ୍ଧନର ଭାବ ବିନିମୟ କରିଥିଲେ ।

Leave A Reply