୧୧୪ଟି ପଞ୍ଚାୟତ ପାଇଁ ୨୩.୭୨କୋଟି ଟଙ୍କା ମଞ୍ଜୁର

0

ଆଜି ସୁଦ୍ଧା ୫୬୫୨ ପଞ୍ଚାୟତ ନିମନ୍ତେ ମଞ୍ଜୁର ହୋଇଛି ୧୨୮୪.୯୨କୋଟି ଟଙ୍କାର ୫୨,୨୭୪ ପ୍ରକଳ୍ପ

ଭୁବନେଶ୍ବର: ଆମ ଗଁା ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ଜିଲାର ୫ଟି ବ୍ଲକ ପାଇଁ ୨୩.୭୨କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।
ଏହି ବ୍ଳକଗୁଡ଼ିକ ହେଲା କଳାହାଣ୍ଡି ଜିଲାର କେସିଙ୍ଗା ଓ ଏମ୍.ରାମପୁର, କଟକ ଜିଲାର ନରସିଂହପୁର, କୋରାପୁଟ ଜିଲାର କୁନ୍ଦ୍ରା, ମୟୂରଭଞ୍ଜ ଜିଲାର ଶୁଳିଆପଦା ବ୍ଳକ। ମୁଖ୍ୟମନ୍ତ୍ରୀ କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୫.୫୦କୋଟି ଟଙ୍କାର ୨୪୦ଟି ପ୍ରକଳ୍ପ, ଏମ.ରାମପୁର ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୩. ଟଙ୍କାରେ ୧୩୬ଟି ପ୍ରକଳ୍ପ, ନରସିଂହପୁର ବ୍ଲକର ୩୭ଟି ପଞ୍ଚାୟତ ପାଇଁ ୫.୯୭କୋଟି ଟଙ୍କାରେ ୩୨୦ଟି ପ୍ରକଳ୍ପ, କୁନ୍ଦ୍ରା ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୪.୯୦ କୋଟି ଟଙ୍କାରେ ୨୧୫ଟି ପ୍ରକଳ୍ପ, ଶୁଳିଆପଦା ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୩.୬୦ କୋଟି ଟଙ୍କାରେ ୧୩୪ଟି ପ୍ରକଳ୍ପ। ଏହିପରି ସମୁଦାୟ ୫ଟି ବ୍ଲକର ୧୧୪ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୩.୭୨କୋଟି ଟଙ୍କାର ୧୦୪୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆମ ଗଁା ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ୨୬୦ଟି ବ୍ଲକର ୫୬୫୨ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୫୨,୨୭୪ଟି ପ୍ରକଳ୍ପ ପାଇଁ ୧୨୮୪.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଆମ ଗଁା ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ବୟନ ଓ ସ୍ବଚ୍ଛ ଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply