ଆମ ଗାଁ ଆମ ବିକାଶ: ୧୨୨ ପଞ୍ଚାୟତ ପାଇଁ ୨୮.୯୫ କୋଟି ମଞ୍ଜୁର

0

ଭୁବନେଶ୍ୱର: ରାଜ୍ୟର ୬ଟି ଜିଲାର ୬ଟି ବ୍ଲକ୍‍ର ୧୨୨ଟି ପଞ୍ଚାୟତର ବିକାଶ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଏହି ଅର୍ଥ ମଞ୍ଜୁର ହୋଇଛି।
ଆଜି ‘ଆମ ଗାଁ ଆମ ବିକାଶ’ ଯୋଜନାରେ ସାମିଲ୍‍ ହୋଇଥିବା ବ୍ଲକ୍‍ଗୁଡ଼ିକ ହେଲା ଗଞ୍ଜାମ ଜିଲାର ପାତ୍ରପୁର, ଭଦ୍ରକ ଜିଲାର ବନ୍ତ, କଟକ ଜିଲାର ବାରାଙ୍ଗ, କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର, ଗଜପତି ଜିଲାର ଗୋଷାଣୀ, ସୋନପୁର ଜିଲାର ବୀରମହାରାଜପୁର। ଏହି ସବୁ ବ୍ଲକ୍‍ରେ ୧୦୭୭ଟି ପ୍ରକଳ୍ପରେ ଉକ୍ତ ଅର୍ଥ ବ୍ୟୟ ହେବ।

ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ, ମନ୍ତ୍ରୀ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉ୍‍ନ୍ନୟନ କମିଶନର, ବିଭିନ୍ନ ବିଭାଗୀୟ ସଚିବ, ଜିଲାପାଳ ଓ ସରପଞ୍ଚମାନେ ଉପସ୍ଥିତ ଥିଲେ।

Leave A Reply