ମାସ୍କକୁ ନେଇ ଜାଡେଜା-ମହିଳା କନଷ୍ଟେବଳ ମୁହାଁମୁହିଁ

ରାଜକୋଟ: ମାସ୍କକୁ ନେଇ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜା ଏବଂ ଜଣେ ମହିଳା କନଷ୍ଟେବଳ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଛି। ସୂଚନା ନୁସାରେ, ସୋମବାର ରାତି ପ୍ରାୟ ୯ଟାରେ ଜାଡେଜା ଓ ତାଙ୍କ ପତ୍ନୀ ରିଭାବା ଏକ କାର୍‌ରେ ଯାଉଥିଲେ। ରାଜକୋଟ୍‌ର କିସାନପାରା ଛକଠାରେ ସେମାନଙ୍କ କାର୍‌କୁ ପୁଲିସ ଅଟକାଇଥିଲା। ମହିଳା ଥାନା ହେଡ୍‌ କନଷ୍ଟେବଳ ସୋନାଲ ଗୋସାଇ ଜାଡେଜାଙ୍କୁ ମାସ୍କ ପିନ୍ଧି ନ ଥିବାରୁ ଜରିମାନା ଦେବାକୁ କହିଥିଲେ। ଏପରି କି ତାଙ୍କୁ କାର୍‌ ଲାଇସେନ୍ସ ଦେଖାଇବାକୁ କହିଥିଲେ। ଏହାକୁ ନେଇ ଉଭୟ ଜାଡେଜା ଏବଂ ସୋନାଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏ ସମ୍ପର୍କରେ ଡିସିପି ମନୋହରସିଂହ ଜାଡେଜା କହିଛନ୍ତି ଯେ, ଉଭୟ ରବୀନ୍ଦ୍ର ଜାଡେଜା ଏବଂ ହେଡ୍‌ କନଷ୍ଟେବଳ ସୋନାଲ ପରସ୍ପରଙ୍କୁ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରିଥିବା ସେମାନେ ଅଭିଯୋଗ କରିଛନ୍ତି। କିନ୍ତୁ କେହି ଲିଖିତ ଭାବେ ଅଭିଯୋଗ ଦାଖଲ କରିନାହାନ୍ତି। ଜାଡ଼େଜା ମାସ୍କ ପିନ୍ଧିଥିଲେ। କିନ୍ତୁ ତାଙ୍କ ପତ୍ନୀ ରିଭାଡା ମାସ୍କ ପିନ୍ଧିଥିଲେ କି ନାହିଁ ତାହାର ତଦନ୍ତ କରାଯାଉଛି ବୋଲି ଡିସିପି କହିଛନ୍ତି।

Comments are closed.