ଅଲ୍‍କାଏଦାର ପ୍ରମୁଖ ବିସ୍ଫୋରଣକାରୀ ନିହତ!

0

ଜାତିସଂଘ : ଆତଙ୍କବାଦୀ ସଂଗଠନ ଅଲକାଏଦାର ପ୍ରମୁଖ ବିସ୍ଫୋରଣକାରୀ ଇବ୍ରାହିମ୍‍ ଅଲ୍‍-ଆସିରି ୨୦୧୭ରେ ୟେମେନ୍‍ଠାରେ ପ୍ରାଣ ହରାଇଥିବା ନେଇ ଜାତିସଂଘ ଏହାର ଏକ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରିଛି। ଗୁରୁବାର ପ୍ରକାଶିତ ଏହି ରିପୋର୍ଟ ଅନୁସାରେ ଖ୍ରୀଷ୍ଟମାସ୍‍ ଅବସରରେ ଡେଟ୍ରୋଏଟ୍‍ଠାରେ ଏକ ବିମାନକୁ ଧ୍ୱଂସ ଯୋଜନା କରିଥିଲା ଆସିରି। ସେ ସଂଗଠନର ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଥିଲା। ୟେମେନ୍‍ରେ ତାହାର ମୃତ୍ୟୁ ନେଇ ଆମେରିକୀୟ ଅଧିକାରୀମାନେ ଏକାଧିକ ପ୍ରମାଣ ପାଇଥିବା ପ୍ରକାଶ କରିଛନ୍ତି; କିନ୍ତୁ କିଭଳି ତା’ର ମୃତ୍ୟୁ ଘଟିଲା ସେଥିନେଇ ସେମାନେ କିଛି ପ୍ରକାଶ କରିନାହାନ୍ତି। ଆସିର ସାଉଦୀ ଆରବର ସାମରିକ ଅଧିକାରୀଙ୍କ ପୁତ୍ର ଥିଲା। ୨୦୦୯ରେ ଡେଟ୍ରୋଏଟ୍‍ଠାରେ ଏକ ବିମାନକୁ ବିସ୍ଫୋରଣ ଦ୍ୱାରା ଧ୍ୱଂସ କରିବା ଲାଗି ନାଇଜେରିଆର ଜଣେ ନାଗରିକ ଉମର ଫାରୁକ ଅବ୍‍ଦୁଲମୁତାଲାବଙ୍କ ଦ୍ୱାରା ବ୍ୟବହୃତ ପରିଧାନଯୋଗ୍ୟ ବୋମାର ଡିଜାଇନ୍‍ ପ୍ରସ୍ତୁତ କରିଥିବା ରିପୋର୍ଟରେ କୁହାଯାଇଛି।

Leave A Reply