ଅଳ୍ପେଶ ଠାକୁର ବିହାର କଂଗ୍ରେସ ସମ୍ପାଦକ ନିଯୁକ୍ତ

0

ନୂଆଦିଲ୍ଲୀ : ଗୁଜରାଟ ବିଧାୟକ ଅଳ୍ପେଶ ଠାକୁରଙ୍କୁ କଂଗ୍ରେସ ପକ୍ଷରୁ ବିହାରର ଦଳୀୟ ସମ୍ପାଦକ ନିଯୁକ୍ତ କରାଯାଇଛି। ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ସମେତ ୭ଟି ରାଜ୍ୟ ପାଇଁ ଦଳ ପକ୍ଷରୁ ସମ୍ପାଦକ ନିଯୁକ୍ତ କରାଯାଇଛି। ନିକଟରେ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କୁ କଂଗ୍ରେସ କୋଷାଧ୍ୟକ୍ଷ ଏବଂ ଆନନ୍ଦ ଶର୍ମାଙ୍କୁ ବୈଦେଶିକ ବ୍ୟାପାର ବିଭାଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ଲୋକସଭାର ପୂର୍ବତନ ବାଚସ୍ପତି ମୈରା କୁମାର କଂଗ୍ରେସ କାର୍ଯ୍ୟକାରିଣୀର ସ୍ଥାୟୀ ସଦସ୍ୟ ଥିବା ବେଳେ ଗୋଆ କଂଗ୍ରେସର ପୂର୍ବତନ ମୁଖ୍ୟ ଲୁଇଜିହ୍ନୋ ଫାଲେରିଓଙ୍କୁ ଉତ୍ତରପୂର୍ବ ରାଜ୍ୟ ସମ୍ବନ୍ଧୀୟ ବ୍ୟାପାର ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଥିଲା। ଦଳୀୟ ନେତୃତ୍ୱରେ ପରିବର୍ତ୍ତନ କ୍ରମେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ବିଭିନ୍ନ ପଦରୁ ବର୍ଷିୟାନ ନେତାଙ୍କୁ ବାଦ୍‍ ଦେଇ ଯୁବ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି।

Leave A Reply