ଆଳୁ ଓ ଆମ୍ବର ଟିକ୍କି

ଆବଶ୍ୟକ ସାମଗ୍ରୀ :

ସିଝା ଆଳୁ – ୩ଟି

ଭାତ – ୨ କପ୍‌

ଆମ୍ବ – ୧ଟି

ଲଙ୍କା – ୨ଟି

ଧନିଆ ପତ୍ର – ୨ ଚାମଚ

ଲେମ୍ବୁ ରସ – ୧ ଚାମଚ

ଗୋଲମରିଚ ଗୁଣ୍ଡ – ୧ ଚାମଚ

କଣ୍ଣଫ୍ଲୋର ପାଉଡର – ୩ କପ୍‌

ଲୁଣ – ସ୍ବାଦାନୁସାରେ

ଘିଅ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ସିଝା ଆଳୁ, ଭାତ, ଧନିଆ ପତ୍ର, ଲେମ୍ବୁ ରସ, ଲୁଣ, ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ ଆମ୍ବକୁ କାଟି ସେଥିରେ ଲୁଣ, ଲଙ୍କା, ଧନିଆ ପତ୍ର, ଲେମ୍ବୁ ରସ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏହା ପରେ ଚକଟି ଥିବା ଆଳୁ ମିଶ୍ରଣକୁ ନେଇ ହାତରେ ଗୋଲକାର କରି ଦିଅନ୍ତୁ। ତାପରେ ସେଥିରେ ଆମ୍ବର ମିଶ୍ରଣ ପୂର କରି ଦିଅନ୍ତୁ। ତାପରେ କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ଭିତରେ ଗୋଲ କରିଥିବା ଆଳୁକୁ କଣ୍ଣଫ୍ଲୋର ପାଉଡରରେ ତାକୁ ବୁଡାଇ ଦିଅନ୍ତୁ। ତାପରେ ଏହାକୁ ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଆଳୁ ଓ ଆମ୍ବର ଟିକ୍କି। ଏହାକୁ ଆପଣ ଟମାଟୋ ଓ ଚିଲ୍ଲି ସସ୍ ସହ ଖାଆନ୍ତୁ।

 

Comments are closed.